ଦେଶ

କ୍ଲିନିକ୍‌ରେ ଡାକ୍ତରାଣୀଙ୍କୁ ଛୁରାମାଡ଼ – Ibnodisha

[ad_1]

ନୂଆଦିଲ୍ଲୀ: ପଶ୍ଚିମ ଦିଲ୍ଲୀ ଅନ୍ତର୍ଗତ ‘ଟାଗୋର୍‌ ‌ଗାର୍ଡେନ୍‌ ଏକ୍ସଷ୍ଟେନ୍‌ସନ୍‌’ ଅଞ୍ଚଳରେ ଥିବା ଏକ କ୍ଲିନିକ୍‌ରେ ଶନିବାର ଦିନ ଜଣେ ୪୦ ବର୍ଷୀୟ ଡାକ୍ତରାଣୀଙ୍କୁ ଏକାଧିକବାର ଛୁରି ଭୁସା ଯାଇଥିବା କଥା ପୁଲିସ କହିଛି। ପଶ୍ଚିମାଞ୍ଚଳ ଡେପୁଟି ପୁଲିସ କମିସନର୍‌ ବିଚିତ୍ର ବୀର କହିଛନ୍ତି, ଅପରାହ୍ଣରେ ଡାକ୍ତରାଣୀ ସଂଜ୍ଞା ଭୁତିଆଙ୍କ କ୍ଲିନିକ୍‌କୁ ଜଣେ ବ୍ୟକ୍ତି ପ୍ରବେଶ କରି ତାଙ୍କୁ ପାହାଚ ଉପରେ ଆକ୍ରମଣ କରିଛନ୍ତି। ଡାକ୍ତରାଣୀ ଭୁତିଆ ତଳ ତାଲାରେ ‘ହେୟାର୍‌ ଆଣ୍ଡ୍‌ ସେନ୍‌ସେସ୍‌’ ନାମରେ ଏକ କ୍ଲିନିକ୍‌ ଖୋଲିଥିବା ବେଳେ ଉପର ତାଲାରେ ରହୁଥିଲେ ବୋଲି ସେ କହିଛନ୍ତି। ଆକ୍ରମଣକାରୀ ହାବୁଡ଼ରୁ ଖସି ପଳାଇବା ପାଇଁ ସେ କ୍ଲିନିକ୍‌ରୁ ଉପର ତାଲାରେ ଥିବା ବାସଭବନକୁ ପଳାଇ ଯାଉଥିଲେ। ଛୁରି ଭୁସିବା ପରେ ଆକ୍ରମଣକାରୀ ଘଟଣାସ୍ଥଳରୁ ଖସି ପଳାଇଥିଲେ।

ଶରୀରେ ଏକାଧିକବାର ଛୁରାଘାତ କ୍ଷତ ହୋଇଛି। ସେ ଅନ୍ୟ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନା ଥିବା କଥା ପୁଲିସ କହିଛି। ଅପରାହ୍ଣ ପ୍ରାୟ ୪.୩୦ରେ ଆକ୍ରମଣକାରୀଜଣକ ରୋଗୀ ଭାବେ କ୍ଲିନିକ୍‌କୁ ଆସିଥିବା କଥା ‘ସିସିଟିଭି’ ଫୁଟେଜ୍‌ରୁ ଜଣାପଡ଼ିଛି। ନରହତ୍ୟା ଉଦ୍ୟମ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକାଧିକ ପୁଲିସ ଟିମ୍‌ ଗଠନ କରାଯାଇଛି। ଏହା ଡକାୟତି ଆକ୍ରମଣ ନୁହେଁ ଓ ଆକ୍ରମଣକାରୀ ଡାକ୍ତରାଣୀଙ୍କର ପରିଚିତ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କିନ୍ତୁ, ସେ ବିଷୟରେ ପୁଲିସ ସୁନିଶ୍ଚିତ ହୋଇନାହିଁ ବୋଲି ‘ଡିସିପି’ ବୀର କହିଛନ୍ତି।

The post କ୍ଲିନିକ୍‌ରେ ଡାକ୍ତରାଣୀଙ୍କୁ ଛୁରାମାଡ଼ appeared first on ONA KHABAR.

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button