ଦେଶ
୪୦ କୁଟନୀତିଜ୍ଞଙ୍କୁ ଫେରାଇନେବାକୁ କହିଲା ଭାରତ – Ibnodisha
[ad_1]
ନୂଆଦିଲ୍ଲୀ: ଭାରତ କାନାଡା ମଧ୍ୟରେ ଚାଲିଛି ବଡ ତିକ୍ତତା । ଖଲିସ୍ତାନୀ ଆତଙ୍କୀ ନିଜ୍ଜର ହତ୍ୟାକୁ ନେଇ ଦିନକୁ ଦିନ ତିକ୍ତତା ବଢ଼ିବାକୁ ଲାଗିଛି । କାନାଡ଼ା ନାଗରିକଙ୍କ ଲାଗି ଭାରତ ଅସ୍ଥାୟୀ ଭାବେ ଭିସା ନିଲମ୍ବିତ କରିଥିଲା । ଏବେ କାନାଡ଼ାର କୂଟନୀତିଜ୍ଞଙ୍କୁ ଭାରତ ଛାଡ଼ିବା ଲାଗି ନୂଆଦିଲ୍ଲୀ କହିଛି । ଅକ୍ଟୋବର ୧୦ ସୁଦ୍ଧା ଭାରତ ନ ଛାଡ଼ିଲେ କୂଟନୀତିଜ୍ଞଙ୍କୁ ମିଳୁଥିବା ସ୍ୱତନ୍ତ୍ର ସୁବିଧା ପ୍ରତ୍ୟାହାର କରି ନିଆଯିବ ବୋଲି କୁହାଯାଇଛି । ତେବେ ଏ ସମ୍ପର୍କରେ କେନ୍ଦ୍ର ସରକାର କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ।
ଏବେ ଭାରତରେ କାନାଡ଼ାର ୬୨ ଜଣ କୂଟନୀତିଜ୍ଞ ରହିଛନ୍ତି । ସେଥିରୁ ୪୦ ଜଣଙ୍କୁ ଫେରାଇ ନେବାକୁ କାନାଡ଼ାକୁ କହିଛି ନୂଆଦିଲ୍ଲୀ । ବିଦେଶର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି, ଭାରତରେ କାନାଡ଼ାର କୂଟନୀତିଜ୍ଞ ଷ୍ଟାଫ୍ ତୁଳନାରେ କାନାଡ଼ାରେ ଭାରତର କମ୍ କୂଟନୀତିଜ୍ଞ ରହିଛନ୍ତି ।
[ad_2]