ଦେଶ

ଶ୍ରେଣୀଗୃହରେ ‘ପାକିସ୍ତାନ ଯାଅ’: ବୋଲି କହିବା ପରେ ବଦଳି ହେଲେ ଶିକ୍ଷୟିତ୍ରୀ – Ibnodisha

[ad_1]

ବେଙ୍ଗାଲୁରୁ: କର୍ଣ୍ଣାଟକର ଶିବମୋଗା ଜିଲ୍ଲାର ଏକ ସରକାରୀ ସ୍କୁଲର ଜଣେ ଶିକ୍ଷୟିତ୍ରୀ ସଂଖ୍ୟାଲଘୁ ମୁସଲମାନ ଛାତ୍ରଛାତ୍ରୀଙ୍କ ବିରୋଧରେ ସାମ୍ପ୍ରଦାୟିକ ମନ୍ତବ୍ୟ ଦେଇଥିବା ଅଭିଯୋଗ ଆସିବା ପରେ ଘଟଣାର ତଦନ୍ତ ଚାଲିଛି।
ସ୍କୁଲର ଶିକ୍ଷୟିତ୍ରୀ ମଞ୍ଜୁଳା ଦେବୀ କୌଣସି କାରଣରୁ ରାଗିଯିବା ପରେ ସଂଖ୍ୟାଲଘୁ ମୁସଲମାନ ଛାତ୍ରଛାତ୍ରୀମାନଙ୍କୁ ‘ପାକିସ୍ତାନ ଚାଲିଯିବାକୁ’ କହିଥିଲେ।

ସଂପୃକ୍ତ ସ୍କୁଲରେ କନ୍ନଡ଼ ଭାଷା ପଢ଼ାଉଥିବା ଏବଂ ୯ ବର୍ଷରୁ ଅଧିକ ସମୟ ଧରି ବିଦ୍ୟାଳୟରେ କାର୍ଯ୍ୟ କରିଥିବା ଏହି ଶିକ୍ଷୟିତ୍ରୀଙ୍କୁ ଏହି ଘଟଣା ପରେ ଅନ୍ୟତ୍ର ବଦଳି କରାଯାଇଛି।

କିଛି ମୁସଲମାନ ଛାତ୍ର ତାଙ୍କ ବିରୋଧରେ ଆନୁଷ୍ଠାନିକ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଥିଲା। ବ୍ଲକ ଶିକ୍ଷା ଅଧିକାରୀ ପି ନାଗରାଜ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ଯଦିଓ ଅଭିଯୋଗର କୌଣସି ଠୋସ୍‌ ପ୍ରମାଣ ନାହିଁ।

ଅନ୍ୟ ଏକ ଘଟଣାରେ ଦିଲ୍ଲୀର ଏକ ସରକାରୀ ସ୍କୁଲର ୪ ଜଣ ଛାତ୍ର ଦାବି କରିଛନ୍ତି ଯେ ବିଭାଜନ ସମୟରେ ସେମାନଙ୍କ ପରିବାର ପାକିସ୍ତାନ ନ ଯିବା ବିଷୟରେ ସର୍ବୋଦୟ ବାଲ ବିଦ୍ୟାଳୟର ଶିକ୍ଷୟିତ୍ରୀ ହେମା ଗୁଲାଟି ସେମାନଙ୍କୁ ପଚରାଉଚରା କରିଥିଲେ।

ଏହି ଅଭିଯୋଗକୁ ଭିତ୍ତି କରି ଦିଲ୍ଲୀ ପୁଲିସ ଗୁଲାଟିଙ୍କ ବିରୋଧରେ ମାମଲା ରୁଜୁ କରିଛି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button