ମନୋରଞ୍ଜନ

ଅବାୟା ପିନ୍ଧି ରାକ୍ଷୀ ଇସଲାମର ମଜାକ୍ ଉଡାଉଥିବାରୁ ରାଗିଗଲେ ଗୌହର ଖାନ୍ – Ibnodisha

[ad_1]

ମୁମ୍ବାଇ: ଆଦିଲ ଖାନଙ୍କୁ ଦ୍ବିତୀୟ ବିବାହ କରିବା ପରେ ବଲିଉଡ ଅଭିନେତ୍ରୀ ରାକ୍ଷୀ ସ‌ାୱନ୍ତ ଇସଲାମ ଗ୍ରହଣ କରିଥିବା କହିଥିଲେ। ଏହାପରଠାରୁ ଅନେକ ସମୟରେ ସେ ନମାଜ ପଢ଼ିବା ଓ ହିଜାବ ପିନ୍ଧିଥିବାର ନଜର ଆସିଛନ୍ତି। କିଛି ଦିନ ତଳେ ରାକ୍ଷୀ ଉମରାହ କରିବା ପାଇଁ ମକ୍କା ଯାଇଥିବା ଦେଖାଯାଇଥିଲା। ସେଠାରୁ ଆସିବା ପରେ ସେ ଅବାୟା ପିନ୍ଧି ବୁଲୁଥିବାର ନଜର ଆସୁଛନ୍ତି।

ତେବେ ପ୍ରଥମେ ନିଜ ଇଚ୍ଛାରେ ଇସଲାମ ଗ୍ରହଣ କରିନାହିଁ ବୋଲି କହିବା ଏବଂ ପରେ ଏଭଳି ଅବାୟା ପିନ୍ଧି ବୁଲୁଥିବାରୁ ଅଭିନେତ୍ରୀ ଗୌହର ଖାନ୍ ତାଙ୍କୁ ଟ୍ରୋଲ କରିଛନ୍ତି। ବିରକ୍ତି ପ୍ରକାଶ କ‌ରି ଇନଷ୍ଟା ଷ୍ଟୋରୀରେ ଗୌହର ଲେଖିଛନ୍ତି ଯେ, “କିଛି ହାରିଯାଇଥିବା ବ୍ୟକ୍ତି ଇସଲାମକୁ ହାଲୁକା ଭାବରେ ଗ୍ରହଣ କରୁଛନ୍ତି ଏବଂ ଏହି ପବିତ୍ର ତୀର୍ଥଯାତ୍ରାକୁ ଉପହାସ କରୁଛନ୍ତି। ଗୋଟିଏ ମିନିଟରେ ତୁମେ ଇସଲାମକୁ ଗ୍ରହଣ କରୁଛ ଏବଂ ତାପରେ କହୁଛ, ମୁଁ ମୋ ଇଚ୍ଛା ବିରୋଧରେ ଇସଲାମ ଗ୍ରହଣ କରିଛି। ତୁମେ ଇସଲାମର ସୌନ୍ଦର୍ଯ୍ୟ ବୁଝିବା ପାଇଁ ଯୋଗ୍ୟ ନୁହଁ। ମୁଁ ଚାହୁଁଛି ଭାରତ କିମ୍ବା ସାଉଦି ଇସଲାମ ବୋର୍ଡ ଏଭଳି ପ୍ରଚାର ଷ୍ଟଣ୍ଟ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ, ଯାହାଦ୍ୱାରା ଲୋକମାନେ ଏକ ପବିତ୍ର ତୀର୍ଥଯାତ୍ରାର ଲାଭ ଉଠାଇ ପାରିବେ ନାହିଁ। ଅବାୟା ପିନ୍ଧିବା ଦ୍ବାରା ତୁମେ ମୁସଲମାନ ହୋଇଯିବ ନାହିଁ। ଜଣେ ଭଲ ମଣିଷ ହେବା ଏବଂ ଆଲ୍ଲାଙ୍କୁ ଭଲ ପାଇବା ତୁମକୁ ମୁସଲମାନ କରେ। ଆପଣ କେତେ ବିଶ୍ବାସୀ, ତାହା ଦେଖାଇବା ପାଇଁ ଆପଣଙ୍କୁ ୫୯କ୍ୟାମେରା ଦରକାର ନାହିଁ।

www.abplive.com

ତେବେ ଏଭଳି ଲେଖିବା ସମୟରେ ସେ ରାକ୍ଷୀଙ୍କ ନାମ ଲେଖିନଥିଲେ ବି ଷ୍ଟୋରୀଟି ତାଙ୍କ ପାଇଁ ଥିଲା ବୋଲି ଚର୍ଚ୍ଚା ହେଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button