ଦେଶ

ଅନନ୍ତନାଗ ଏନ୍‌କାଉଣ୍ଟର: ୩ ଯୋଦ୍ଧାଙ୍କୁ ହରାଇଲା ଦେଶ – Ibnodisha

[ad_1]

୪ ଶିଶୁ ବାପ ଛେଉଣ୍ଡ ହୋଇଗଲେ

ନୂଆଦିଲ୍ଲୀ: ଅନନ୍ତନାଗ ଏନ୍‌କାଉଣ୍ଟରରେ ଗତକାଲି ଜଣେ ମେଜର, ଜଣେ କର୍ନେଲ ଏବଂ ଜଣେ ଡିଏସ୍‌ପି ସହିଦ ହୋଇଯାଇଛନ୍ତି। ଏଥିସହ ଦେଶ ୩ ଜଣ ବୀର ଯୋଦ୍ଧାଙ୍କୁ ହରାଇ ଦେଇଛି। ୪ ଜଣ ପିଲା ମଧ୍ୟ ବାପ ଛେଉଣ୍ଡ ହୋଇଯାଇଛନ୍ତି। ସହିଦ ମେଜର ଆଶିଷ ଧୌନକଙ୍କ ଘର ହରିୟାଣାର ପାନିପଥରେ। ସେ ଗତ ଦେଢ଼ମାସ ତଳେ ଘରକୁ ଆସିଥିଲେ। ଆସନ୍ତା ‌ଅକ୍ଟୋବରରେ ସେ ପୁଣିଥରେ ଘରକୁ ଆସିବେ ବୋଲି ତାଙ୍କର ୨ ବର୍ଷର ଝିଅ, ପତ୍ନୀ ଏବଂ ପରିବାର ସଦସ୍ୟଙ୍କୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଦେଶପାଇଁ ପ୍ରାଣବଳି ଦେଇ ସେ ସବୁଦିନ ପାଇଁ ବିଦ‌ାୟ ନେଇଗଲେ। ମେଜରଙ୍କ ୩ ଭଉଣୀ ମଧ୍ୟ ସେମାନଙ୍କ ଏକମାତ୍ର ଭାଇକୁ ହରାଇ ଦେଇଛନ୍ତି।

୪୧ ବର୍ଷୀୟ କର୍ନେଲ ମନପ୍ରୀତ ସିଂହ ହେଉଛନ୍ତି ୧୯ ରାଷ୍ଟ୍ରୀୟ ରାଇଫଲ୍ସର କମା‌ଣ୍ଡିଂ ଅଫିସର। ସେ ସାହସିକତା ପାଇଁ ସମ୍ମାନଜନକ ସେନା ମେଡାଲ ପାଇଛନ୍ତି। ଗୁଳିମାଡ଼ରେ ନିହତ ହେବାର ମାତ୍ର କିଛି ଘଣ୍ଟା ପୂର୍ବରୁ ସେ ତାଙ୍କ ୬ ବର୍ଷର ପୁଅ ଏବଂ ୨ ବର୍ଷର ଝିଅ ସହ ଫୋନ୍‌ରେ କଥା ହୋଇଥିଲେ। ସବୁଠୁ ହୃଦୟବିଦାରକ ହେଉଛି ସହିଦ ଡିଏସ୍‌ପି ହୁମାୟୁନ ମୁଜାମିଲ ଭଟଙ୍କ କଥା। ହୁମାୟୁନ ମାତ୍ର ମାସକ ପୂର୍ବରୁ ବାପା ହୋଇଥିଲେ। ଆଜି ବଡ଼ଗାମରେ ସହିଦ ଡିଏସ୍‌ପିଙ୍କ ମର ଶରୀର ପହଞ୍ଚିବାବେଳେ ହଜାର ହଜାର ଜନତା ସହିଦଙ୍କୁ ଶେଷ ସମ୍ମାନ ଜ୍ଞାପନ କରିବାପାଇଁ ରୁଣ୍ଡ ହୋଇଥିଲେ। ଭଟ୍ଟଙ୍କ ବାପା ହେଉଛନ୍ତି ଜମ୍ମୁ କାଶ୍ମୀର ପୁଲିସର ଅବସରପ୍ରାପ୍ତ ଆଇଜି ଗୁଲାମ ହସନ ଭଟ୍ଟ। ଦେଶ ପାଇଁ ସହିଦ ହୋଇଯାଇଥିବା ପୁଅକୁ ସେ ଶେଷ ସମ୍ମାନ ଜ୍ଞାପନ କରିଛନ୍ତି। ଭଟ୍ଟ ଗତ ୩ ବର୍ଷ ହେବ ଜମ୍ମୁ କାଶ୍ମୀରରେ ଡିଏସ୍‌ପି ଥିଲେ ଏବଂ ଗତ ବର୍ଷ ସେ ବିବାହ କରିଥିଲେ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button