ରାଜ୍ୟ

ଜଳବନ୍ଦିରେ କଲବଲ କଣ୍ଟିବରାହୀ ଗାଁ ଲୋକେ – Ibnodisha

[ad_1]

ବାଲିଅନ୍ତା ବଜାର: ପ୍ରତାପରୁଦ୍ରପୁର ପଞ୍ଚାୟତ କଣ୍ଟିବରାହୀ ଗ୍ରାମବାସୀ ଏବେ ଜଳବନ୍ଦି ଜୀବନ ବିତାଉଛନ୍ତି। ପ୍ରାଚୀ ସବ୍‌ଡିଭିଜନ ଅନ୍ତର୍ଗତ ଗୋପ କେନାଲ ପାର୍ଶ୍ବରେ ଥିବା ଏହି ଗାଁରେ ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ଗାଁ ଭିତରେ ପାଣି ଜମିରହିଛି। କେନାଲର ଝର ସହ ବର୍ଷା ପାଣି ମିଶିଯିବା ଫଳରେ ରାସ୍ତାଘାଟ ଓ ଗାଁ ଭିତରେ ପାଣି ଜମି ରହିଛି। କିଛି ଲୋକଙ୍କ ଘରର ଏରୁଣ୍ଡି ବନ୍ଧକୁ ପାଣି ଛୁଇଁଛି। ମାଟିଘରେ ରହୁଥିବା ଲୋକମାନେ ବଡ଼ ଦୟନୀୟ ସ୍ଥିତିରେ ଅଛନ୍ତି। ଘର ଜକେଇ ଜକେଇ କାଦୁଅ ଭଳି ସ୍ଥିତି। ତେଣୁ ଘରେ ଚୁଲି ଜଳିବା ସମ୍ଭବ ହେଉନାହିଁ। ଖିଆପିଆଠାରୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ସବୁଥିରେ ଲୋକେ ବଡ଼ କଲବଲ ହେଉଛନ୍ତି। ଗ୍ରାମବାସୀମାନଙ୍କ ଅଭିଯୋଗ ଅନୁସାରେ ଗାଁରୁ ଜଳ ନିଷ୍କାସନ ପାଇଁ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ଏଭଳି ଶେଚନୀୟ ଅବସ୍ଥା। ଏନେଇ ସେମାନେ ବ୍ଲକ୍ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ।

ଘରେ ଚଳିବା ଯେମିତି ଯନ୍ତ୍ରଣାଦାୟକ ଘରୁ ବାହାରକୁ ଯା’ଆସ କରିବା ସେତିକି କଷ୍ଟକର ହୋଇପଡ଼ୁଛି। ଜରୁରୀକାଳୀନ ପରିସ୍ଥିତିରେ ଗାଁକୁ ଆମ୍ବୁଲାନ୍ସ ପଶିପାରୁନାହିଁ। ଦୀର୍ଘ ଦିନ ଧରି ପାଣି ଜମି ରହିବା ଫଳରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ପଚାପାଣିରେ ମଶା ଭଣଭଣ ହେଉଛନ୍ତି। ଖୁବ୍ ଶୀଘ୍ର ଡ୍ରେନେଜ୍ ବ୍ୟବସ୍ଥା କରାନଗଲେ, ସେମାନେ ବ୍ଲକ୍‌ ସମ୍ମୁଖରେ ଧାରଣା ଦେବେ ବୋଲି କହିଛନ୍ତି। ଏନେଇ ସରପଞ୍ଚ ଶ୍ରଦ୍ଧେୟା ପାତ୍ରଙ୍କ କହିବା କଥା କଣ୍ଟାବରେହୀ ଗାଁ ବିଷୟରେ ସେ ଅବଗତ ଅଛନ୍ତି। କିନ୍ତୁ ବର୍ଷା ଦିନ ସରିବା ପରେ ପରେ ସେ ସ୍ଥାୟୀ ପ୍ରତିକାର ପାଇଁ ବିହିତ ପଦକ୍ଷେପ ନେବେ ବୋଲି କହିଛନ୍ତି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button