ହାଜତ ନିର୍ଯାତନା ବିରୋଧରେ ମାମଲା; ଭିଜିଲାନସ୍ ତଦନ୍ତ କରିବାକୁ ଲୋକାୟୂକ୍ତଙ୍କ ନିର୍ଦ୍ଦେଶ – Ibnodisha
[ad_1]
କଟକ: ବାରଙ୍ଗ ଥାନା ଅଧିକାରୀ ବାରଙ୍ଗ ଥାନା ଅଧିନସ୍ଥ ବେଲଗଛିଆ ଅଞ୍ଚଳର ବିକାଶ ନାୟକକୁ ଥାନାରେ ଅଟକ ରଖି ନିର୍ଯାତନା ଦେବା ଓ ପରବର୍ତ୍ତୀ ସମୟରେ ମାମଲା ପ୍ରତ୍ୟାହାର ପାଇଁ ବାଧ୍ୟ କରିବା ଘଟଣାରେ ଲୋକାୟୂକ୍ତ ଭିଜିଲାନ୍ସ୍ ନିର୍ଦ୍ଦେଶକକୁ ତଦନ୍ତ କରିବାକୁ ଆଦେଶ ଦେଇଛନ୍ତିି । ଗତ ୨୦୨୧ ମସିହା ଜୁନ୍ ୩୦ ତାରିଖରେ ଏକ ମାମଲାରେ ବିକାଶଙ୍କୁ ବାରଙ୍ଗ ପୁଲିସ୍ ଥାନାକୁ ଧରିଆଣି ସେଠାରେ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ଥାନାର ତତ୍କାଳୀନ ଥାନା ଅଧିକାରୀ ଶଶୀକାନ୍ତ ରାଉତ ଆଇନ ଅନୁଯାୟୀ ତାଙ୍କୁ ୨୪ ଘଂଟାରୁ ଅଧିକ ସମୟ ଥାନାରେ ଅଟକ ରଖି ଶାରିରୀକ ନିର୍ଯାତନା ଦେଇ ଛାଡି ଦେଇଥିଲେ । ପୁଲିସ୍ ଏପରି ନିର୍ଯାତନା ବିରୋଧରେ ରାଜ୍ୟ ମାନବାଧିକାର ଆୟୂକ୍ତରେ ଏକ ମାମଲା ରୁଜୁ କରାଯାଇଥିଲା ।
ପୁଲିସ୍ ବିକାଶଙ୍କୁ ଏପରି ନିର୍ଯାତନା ଦେଇଥିଲା ଯେ ସେ ତାଙ୍କର ଦୈନନ୍ଦିନ କାର୍ଯ୍ୟ କରିବାକୁ ଅକ୍ଷମ ହୋଇପଡିଥିଲେ ବୋଲି ଆବେଦନରେ ଦର୍ଶାଯାଇଥିଲା । କମିଶନରେ ମାମଲା ବିଚାରଧିନ ଥିବାବେଳେ ସ୍ଥାନୀୟ ପୁଲିସ୍ ଉକ୍ତ ବ୍ୟକ୍ତିଙ୍କୁ ମାମଲା ପ୍ରତ୍ୟାହାର କରିବା ପାଇଁ ଧମକ ଦେଇଥିବା ଅଭିଯୋଗ ହୋଇଥିଲା । ତେବେ ପୁଲିସ୍ ଏଥିରେ ବିଫଳ ହେବା ପରେ ସଂପୃକ୍ତ ବ୍ୟକ୍ତିକୁ ଲାଞ୍ଚ ଦେଇ ମାମଲା ପ୍ରତ୍ୟାହାର ପାଇଁ ବାଧ୍ୟ କରିଥିଲା । ଏନେଇ ବିକାଶଙ୍କ ପକ୍ଷରୁ ଲୋକାୟୂକ୍ତଙ୍କ ନିକଟରେ ଆବେଦନ କରାଯାଇଥିଲା । ଲୋକାୟୂକ୍ତ ଏହି ଆବେଦନର ଶୁଣାଣି କରି ଭିଜିଲାନ୍ସ୍ ନିର୍ଦ୍ଦେଶକକୁ ଆଇନ ଅନୁୟାୟୀ ଘଟଣାର ତଦନ୍ତ କରିବାକୁ ଆଦେଶ ପ୍ରଦାନ କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଏହି ମାମଲାକୁ ଆଇନଜୀବୀ ଅଭିଶେକ ଖାଣ୍ଡଲ୍ ପରିଚାଳନା କରୁଥିଲେ ।
[ad_2]