ଟ୍ୟୁସନ୍ରେ ଝିଅ ସହ ବନ୍ଧୁତା ଯୁବକଙ୍କୁ ପଡ଼ିଲା ମହଙ୍ଗା; ଆଙ୍ଗୁଠି କାଟିଦେଲା ପ୍ରେମିକ – Ibnodisha
[ad_1]
ନୂଆଦିଲ୍ଲୀ: ଟ୍ୟୁସନ୍ରେ ଝିଅ ସହ ବନ୍ଧୁତା ଯୁବକଙ୍କୁ ପଡ଼ିଲା ମହଙ୍ଗା । ଆଙ୍ଗୁଠି କାଟିଦେଲା ପ୍ରେମିକ । ଏହି ଘଟଣାଟି ଘଟିଛି ଦିଲ୍ଲୀର ଦ୍ୱାରକା ସାଉଥରେ । ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରଙ୍କ ସହ ଏହି ଘଟଣା ଘଟିଛି । ଅଭିଯୁକ୍ତ ସମାନ ସ୍କୁଲର ପୁରୁଣା ଛାତ୍ର ଥିବା ବେଳେ ସେ ପସନ୍ଦ କରୁଥିବା ଯୁବତୀ, ପୀଡ଼ିତଙ୍କ ସହ ପଢ଼ୁଥିଲେ । ଘଟଣାଟି ଅକ୍ଟୋବର ୨୧ରେ ଘଟିଥିବା ବେଳେ ପୀଡ଼ିତ ଡରିଯାଇଥିବାରୁ ଏହାର ଅଭିଯୋଗ କରିନଥିଲେ । ହେଲେ ଶୁକ୍ରବାର ସେ ନିଜ ପରିବାରକୁ ଜଣାଇବା ପରେ ଏବେ ପୁଲିସରେ ଏନେଇ ଅଭିଯୋଗ କରାଯାଇଛି । ପୁଲିସର କହିବା ମୁତାବକ, ପୀଡ଼ିତ ଓ ଅଭିଯୁକ୍ତ ପସନ୍ଦ କରୁଥିବା ଯୁବତୀ ଦ୍ୱାଦଶରେ ପଢ଼ୁଥିବା ବେଳେ ଗୋଟିଏ ଜାଗାକୁ ଟିଉସନ ପାଇଁ ଯାଆନ୍ତି ।
ଦୁହିଁଙ୍କ ମଧ୍ୟରେ ଭଲ ବନ୍ଧୁତା ଥିବା ସହ ଦୁହେଁ ପରସ୍ପର ସହ କଥା ହେଉଥିବାରୁ ଏହାକୁ ସହି ପାରିନଥିଲା ଅଭିଯୁକ୍ତ । ଅକ୍ଟୋବର ୨୧ରେ ଅଭିଯୁକ୍ତ, ପୀଡ଼ିତଙ୍କୁ ସ୍କୁଲ ବାହାରେ ଦେଖା ହେବା ସହ ପାଖ ପାର୍କକୁ ଟାଣି ନେଇଥିଲା । ସେଠାରେ କାହିଁକି ମୋ ପ୍ରେମିକା ସହ କଥା ହେଉଛୁ ବୋଲି ପଚାରିଥିଲା ଅଭିଯୁକ୍ତ । ଏହାକୁ ନେଇ ବଚସା ହେବାରୁ ଅଭିଯୁକ୍ତ, ପୀଡ଼ିତଙ୍କ ଆଙ୍ଗୁଠିକୁ ପଥରରେ ଛେଚି ଦେଇଥିଲା । ଘଟଣା ଘଟିବା ପରେ ପୀଡ଼ିତ ଡରରେ ଘରେ କିଛି ଜଣାଇ ନଥିଲେ । ଗାଡ଼ି ଚେନରେ ଆଙ୍ଗୁଠି କଟି ଯାଇଛି ବୋଲି ଘରେ କହିଥିଲେ ପୀଡ଼ିତ । ହେଲେ ଶୁକ୍ରବାର ପୀଡ଼ିତ ନିଜଆଡୁ ପରିବାର ଲୋକଙ୍କୁ ସବୁ ଜଣାଇଥିଲେ । ଏହା ପରେ ପୀଡ଼ିତଙ୍କ ମାତାପିତା ପୁଲିସରେ ଅଭିଯୋଗ କରିଥିବା ଜଣାପଡ଼ିଛି । ଏତଲା ମିଳିବା ପରେ ଏବେ ପୁଲିସ ତଦନ୍ତ ଆରମ୍ଭ କରିଛି ।
[ad_2]