ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କିଟ୍ ପରିସରରେ ବିଭିନ୍ନ କେନ୍ଦ୍ର ଲୋକାପର୍ଣ – Ibnodisha

[ad_1]

ଭୁବନେଶ୍ୱର: କିଟ୍‍ ଓ କିସ ପକ୍ଷରୁ ଏହାର କର୍ମଚାରୀଙ୍କ ପିଲାମାନଙ୍କ ନିମନ୍ତେ ପ୍ରତିଷ୍ଠା କରାଯାଇଥିବା ସେଫାଳୀ କ୍ରେଚ୍‍, କିଟ୍‍ ପବ୍ଲିକ ସ୍କୁଲ୍‍ ଏବଂ ସର୍ବସାଧାରଣଙ୍କ ନିମନ୍ତେ ଜୟନ୍ତ ମହାପାତ୍ର ପବ୍ଲିକ୍‍ ଲାଇବ୍ରେରୀ, ବାବା ନାରାୟଣ ଦାସ ପ୍ରସାଦ ସେବନ କେନ୍ଦ୍ର, କିଟ୍‍ ସୋଭିନିର୍‍ ଗ୍ୟାଲେରୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଉଦ୍‍ଘାଟନ କରିଛନ୍ତି । ଭୁବନେଶ୍ୱର ୟୁନିଟ୍‍ ୧ ରାମମନ୍ଦିର ପ୍ରତିଷ୍ଠାତା ସଭାପତି ବାବା ରାମନାରାୟଣ ଦାସ, କିଟ୍‍ ଓ କିସ ସଭାପତି ଶାଶ୍ୱତୀ ବଳ, ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଓ କିଟ୍‍ କିସ୍‍ର ବରିଷ୍ଠ ପଦାଧିକାରୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଏହି ସୁବିଧା ସବୁ ଉଦ୍‍ଘାଟନ କରିଥିଲେ ।

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସର୍ବଦା କିଟ୍‍ ଓ କିସ୍‍ର କର୍ମଚାରୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇଆସୁଛନ୍ତି । ଏଥିପାଇଁ ଶ୍ରୀ ସାମନ୍ତଙ୍କ ପ୍ରୟାସ କ୍ରମେ କିଟ୍‍ ଓ କିସ୍‍ର କର୍ମଚାରୀମାନେ କିପରି ଖୁସିରେ ରହିବେ ସେଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନା କାର୍ଯ୍ୟକାରୀ କରାଯାଇଥାଏ । ଏହି କ୍ରମରେ କିଟ୍‍ ଓ କିସ୍‍ର ସ୍ୱଳ୍ପ ବେତନୀଭୋଗୀ କର୍ମଚାରୀ, ଯେଉଁମାନେ ମାସିକ ୩୦ହଜାର ଟଙ୍କାରୁ କମ୍‍ ବେତନ ପାଉଛନ୍ତି ସେମାନଙ୍କ ପିଲାମାନଙ୍କ ନିମନ୍ତେ ସିବିଏସ୍‍ଇ ସ୍ୱୀକୃତିପ୍ରାପ୍ତ କିଟ୍‍ ପବ୍ଲିକ୍‍ ସ୍କୁଲ୍‍ ପ୍ରତିଷ୍ଠା କରାଯାଇଛି । ଏଠାରେ ସ୍ୱଳ୍ପ ଦେୟରେ କର୍ମଚାରୀଙ୍କ ପିଲାମାନେ ପାଠ ପଢ଼ିପାରିବେ । ସେହିପରି କର୍ମଚାରୀଙ୍କ ଶିଶୁମାନଙ୍କ ନିମନ୍ତେ ସେଫାଳୀ କ୍ରେଚ୍‍ ଖୋଲାଯାଇଛି ।

ଅନ୍ୟପକ୍ଷରେ କିଟ୍‍ ଶିକ୍ଷାନୁଷ୍ଠାନ ସମୂହ ଓ କିସ୍‍ ପକ୍ଷରୁ ସାମାଜିକ ଦାୟିତ୍ୱବୋଧ ସ୍ୱରୂପ ସର୍ବସାଧାରଣଙ୍କ ନିମନ୍ତେ ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଥାଏ । କିଟ୍‍ ଗୁଣ୍ଡିଚା ମନ୍ଦିର ନିକଟରେ ସର୍ବସାଧାରଣଙ୍କ ନିମନ୍ତେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ନାମରେ ନାମିତ ଏକ ବୃହତ ଶୀତତାପ ନିୟନ୍ତ୍ରିତ ସର୍ବସାଧାରଣ ପାଠାଗାର ଖୋଲାଯାଇଛି । କିମ୍‍ସକୁ ଆସୁଥିବା ରୋଗୀମାନଙ୍କ ସହାୟକ ଓ ସର୍ବସାଧରଣକୁ ରିହାତି ମୂଲ୍ୟରେ ପ୍ରସାଦ ଯୋଗାଇଦେବା ନିମନ୍ତେ କିଟ୍‍ ଜଗନ୍ନାଥ ମନ୍ଦିର ପକ୍ଷରୁ ବାବା ନାରାୟଣ ଦାସ ପ୍ରସାଦ ସେବନ କେନ୍ଦ୍ର ଖୋଲାଯାଇଛି । ଏହି ପ୍ରସାଦ ସେବନ କେନ୍ଦ୍ରରେ ମାତ୍ର ୩୦ଟଙ୍କାରେ ଯେ କେହି ପ୍ରସାଦ ସେବନ କରିପାରିବେ । କିଟ୍‍ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ, କର୍ମଚାରୀ ପୁରାତନ ଛାତ୍ରଛାତ୍ରୀ ଓ କିଟ୍‍ ଓ କିସ୍‍କୁ ପରିଦର୍ଶନରେ ଆସୁଥିବା ବ୍ୟକ୍ତିମାନଙ୍କ ପାଇଁ ବିଶ୍ୱର ବିଭିନ୍ନ ସ୍ଥାନର ସଂସ୍କୃତି ବିଶେଷକରି ଓଡ଼ିଶାର ସମୃଦ୍ଧ ହସ୍ତଶିଳ୍ପ ଏବଂ କିଟ୍‍ ବିଶ୍ୱବିଦ୍ୟାଳୟ ବ୍ରାଣ୍ଡର ବିଭିନ୍ନ ପ୍ରକାର ପୋଷାକପତ୍ରକୁ ନେଇ କିଟ୍‍ ସୋଭିନିର୍‍ ଗ୍ୟାଲେରୀ ପ୍ରତିଷ୍ଠା କରାଯାଇଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button