ରାଜ୍ୟ

ଆଜି ପବିତ୍ର ମାଘ ସପ୍ତମୀ – Ibnodisha

[ad_1]

ଭୁବନେଶ୍ୱର : ଆଜି ପବିତ୍ର ମାଘ ସପ୍ତମୀ ଭଳି ପବିତ୍ର ଦିନରେ ଚନ୍ଦ୍ରଭାଗାରେ ବୁଡ଼ ପକାଇ ସୂର୍ଯ୍ୟ ଭଗବାନଙ୍କୁ ଦର୍ଶନ ଅକେଲା ମାଘସପ୍ତମୀରେ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଚନ୍ଦ୍ରଭାଗା ନଦୀ ତଟରେ ତପସ୍ୟା କରି ସୂର୍ଯ୍ୟ ଦେବଙ୍କ ଆଶିଷରେ କୋଷ୍ଠ ଜନିତ ରୋଗରୁ ମୁକ୍ତ ହୋଇଥିଲେ। ତେଣୁ ଶ୍ରଦ୍ଧାଳୁ ନିଜ ପରିବାରକୁ ରୋଗ ମୁକ୍ତ ରଖିବା ପାଇଁ ତୀର୍ଥରେ ବୁଡ଼ ପକାଇ ଶ୍ରଦ୍ଧାଳୁମାନେ ସୂର୍ଯ୍ୟ ପୂଜା କରିଥାନ୍ତି। କୋଟି ଜନ୍ମର ପୂଣ୍ୟଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି। ଭୋର ୪.୩୪ରେ ଠାକୁରଙ୍କ ମହାସ୍ନାନ ନୀତିକାନ୍ତି ସମାପନ ହୋଇଛି । ଏହାପରେ ଚନ୍ଦ୍ରଭାଗାରେ ବଡ଼ି ଭୋରରୁ ଭକ୍ତଙ୍କ ବୁଡ଼ ପକାଇବା ଆରମ୍ଭ ହୋଇ ଯାଇଛି। ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି। ସୁରକ୍ଷା ପାଇଁ ୫ଜଣ ଅତିରିକ୍ତ ଏସପି, ୧୨ ଜଣ ଡିଏସପି, ୩୯ ଜଣ ଇନ୍ସପେକ୍ଟରଙ୍କ ସମେତ ମୋଟ ୩୩ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button