ଦେଶ

କ୍ୟାବ୍ ଡ୍ରାଇଭର ନେଲା ରାଇଡ୍ କ୍ୟାନ୍ସଲର ବଦଲା…. – Ibnodisha

[ad_1]

ବ୍ୟୁରୋ: କ୍ୟାବ୍ ଡ୍ରାଇଭର ନେଲା ରାଇଡ୍ କ୍ୟାନ୍ସଲର ବଦଲା । ଯାହା କେବେ କେହି କଳ୍ପନା ବି କରିନଥିବେ । ମହିଳା ଜମା ବି ଭାବିନଥିଲେ ଯେ ତାଙ୍କ ସହ ଏମିତି ହେବ ବୋଲି । ରାଇଡ୍ କ୍ୟାନ୍ସଲ କରିବା ମହଙ୍ଗା ପଡିଗଲା ମହିଳାଙ୍କୁ । ଆଉ ପ୍ରତିଶୋଧର ନିଆଁରେ ଜଘନ୍ୟ କାଣ୍ଡ ଘଟାଇଲା କ୍ୟାବ୍ ଡ୍ରାଇଭର । ମହିଳା ଆଦୌ ଜାଣିନଥିଲେ ଯେ ରାଇଡ୍ କ୍ୟାନ୍ସଲ କରିବା ପରେ ତାଙ୍କ ଜୀବନ ଏମିତି ନର୍କ ପାଲଟିଯିବ ବୋଲି । କ୍ୟାବ୍ ଡ୍ରାଇଭର ଜଣକ ଏତେ ତଳକୁ ଖସିଯିବ ତାହା କେହି କେବେ କଳ୍ପନା ବି କରିନଥିବେ । ଚମକାଇଲା ଭଳି ଖବର ଆସିଲା ସାମ୍ନାକୁ । ଜଣେ ମହିଳାଙ୍କ ସହିତ କ୍ୟାବ ଡ୍ରାଇଭର କରିଦେଲେ ଜଘନ୍ୟ କାଣ୍ଡ । ଏସବୁ କିଛି ଖେଳ ଆରମ୍ଭ ହେଲା କ୍ୟାବ୍ କ୍ୟାନ୍ସଲ କରିବା ଦ୍ୱାରା । ବେଙ୍ଗାଲୁରୁର ଜଣେ ୩୨ ବର୍ଷିୟ ମହିଳା କେବେ ବି ଭାବିନଥିଲେ ଯେ ତାଙ୍କ ସହ ଏମିତି କିଛି ହୋଇଯିବ ବୋଲି । ରାଇଡ କ୍ୟାନ୍ସଲ କରିବା ପରେ ତାଙ୍କୁ ଏମିତି କିଛିକୁ ସାମ୍ନା କରିବାକୁ ପଡିବ ବୋଲି ସେ ସ୍ୱପ୍ନରେ ବି ଭାବିନଥିଲେ । ମହିଳା ରାଇଡ୍ କ୍ୟାନ୍ସଲ କରିବା କାରଣରୁ କ୍ୟାବ୍ ଡ୍ରାଇଭର ପଠାଇଲା ଅଶ୍ଳୀଳ ଫଟୋ ଓ ଭିଡିଓ । ଜଣେ ମହିଳା ଟ୍ୟାକ୍ସି ପାଇଁ କରିଥିବା ବୁକିଂ କ୍ୟାନସଲ କରିବାରୁ ଟ୍ୟାକ୍ସି ଡ୍ରାଇଭରଙ୍କ ଠାରୁ ଅଶ୍ଳୀଳ ଫଟୋ ଓ ଭିଡିଓ ପାଇଥିବା ଅଭିଯୋଗ କରିଛନ୍ତି । ଘଟଣାଟି ଘଟିଛି ବାଙ୍ଗାଲୋର ସହରରେ ।

ଏହି ୩୨ ବର୍ଷ ବୟସ୍କ ମହିଳା ଜଣକ ନିଜ କୁନି ଝିଅକୁ ସ୍କୁଲରୁ ଆଣିବା ପାଇଁ ଏକ ଟ୍ୟାକ୍ସି ବୁକିଂ କରିଥିଲେ । ହେଲେ ଟ୍ୟାକ୍ସି ପାଇଁ ପ୍ରାୟ ୧୦ ମିନିଟ୍ ଅପେକ୍ଷା କରିବା ପରେ ଟ୍ୟାକ୍ସି ଆସିନଥିଲା । ମହିଳାଙ୍କ ସହିତ ଥିବା ୯ ମାସର ଝିଅ ବାରମ୍ବାର କାନ୍ଦିବାରୁ ମହିଳା ଜଣକ ବାଧ୍ୟ ହୋଇ ବୁକିଂ କ୍ୟାନସଲ କରି ଏକ ଅଟୋ ଭଡାରେ ନେଇ ଚାଲିଯାଇଥିଲେ । ଏଥିପାଇଁ କ୍ୟାନସଲ ଫି ବାବଦକୁ ୬୦ ଟଙ୍କା ପେମେଣ୍ଟ ମଧ୍ୟ କରିଥିଲେ । ହେଲେ ଟ୍ୟାକ୍ସି ଡ୍ରାଇଭର ଜଣକ ଏଥିରେ କ୍ରୋଧାନ୍ୱିତ୍ୱ ହୋଇ ମହିଳାଙ୍କ ବୁକିଂ ନମ୍ବର ବାହାର କରି ହ୍ୱାଟ୍ସଆପରେ ଅଶ୍ଳୀଳ ଫଟୋ ଓ ଭିଡିଓ ପଠାଇଥିଲେ । ଖାଲି ସେତିକି ନୁହେଁ ମହିଳାଙ୍କୁ ବାରମ୍ବାର କଲ୍ କରି ମେସେଜ ଦେଖିବାକୁ କହିଥିଲେ । ମହିଳା ଜଣକ ଏହି ଘଟଣାରେ କାନ୍ଦି ପକାଇଥିଲେ । ସେହି ସମୟରେ ପାଖରେ ଥିବା ତାଙ୍କ ପଡୋଶୀ ମହିଳାଙ୍କ ଫୋନ ଚେକ୍ କରିବା ପରେ ପୋଲିସରେ ଅଭିଯୋଗ କରିଥିଲେ । ପୋଲିସ କେସ ଦାୟର କରି ଅଭିଯୁକ୍ତ ଟ୍ୟାକ୍ସି ଡ୍ରାଇଭରକୁ ଗିରଫ କରିଛି । ମହିଳା ଜଣଙ୍କ ପ୍ରଶ୍ନ କରିଛନ୍ତି ଯେ ରାଇଡ୍ କ୍ୟାନ୍ସଲ କରିବା ପରେ ଚାଳକ ତାଙ୍କ ନମ୍ବର କେମିିତି ପାଇପାରିଲା । ପୋଲିସ ଏଗ୍ରିଗେଟର କୁ ଚାଳକଙ୍କ ବିବରଣୀ ମାଗିଛି । ଡ୍ରାଇଭର ବିରୁଦ୍ଧରେ ଆଇପିସି ଧାରା ୩୫୪ ଏବଂ ଆଇଟି ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button