ଦେଶ

ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର – Ibnodisha

[ad_1]

ନୂଆଦିଲ୍ଲୀ : ପୁଣି ଜଣେ ଭାରତୀୟ ଛାତ୍ରଙ୍କୁ ହତ୍ୟା ହୋଇଥିବା ଅଭିଯୋଗ ହୋଇଛି। ଜଣେ ୨୦ ବର୍ଷୀୟ ଭାରତୀୟ ଛାତ୍ରଙ୍କ ମୃତଦେହ ଆମେରିକାର ଏକ ଜଙ୍ଗଲରୁ ମିଳିଛି। ହତ୍ୟା ପରେ କାର୍‌ ଭିତରେ ତାଙ୍କର ମୃତଦେହକୁ ରଖି କେହି ଜଙ୍ଗଲରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ମୃତ ଛାତ୍ର ଜଣକ ହେଲେ ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ବୁରିପାଲେମର ପି.ଅଭିଜିତ। ସେ ବୋଷ୍ଟନ ୟୁନିର୍ଭସିଟିରେ ଇଞ୍ଜିନିୟରିଂ ପଢ଼ୁଥିଲେ। ଅଭିଜିତଙ୍କ ମୃତଦେହ କ୍ୟାମ୍ପସ ପରିସରରେ ଥିବା ଏକ ଜଙ୍ଗଲରୁ ଉଦ୍ଧାର ହୋଇଛି। ଏକ ଭଙ୍ଗା କାର୍‌ ଭିତରୁ ସନ୍ଧିଗ୍ଧ ଅବସ୍ଥାରେ ତାଙ୍କର ମୃତଦେହ ମିଳିଛି। ତେବେ ତାଙ୍କୁ କିଏ ହତ୍ୟା କଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ୟୁନିର୍ଭସିଟି ପରିସର ଭିତରେ ଛାତ୍ରଙ୍କ ମୃତଦେହ ମିଳିବ ପରେ ଅନେକ ପ୍ରଶ୍ନ ଉଠୁଛି। ଟଙ୍କା ଓ ଲାପଟପ୍‌ ପାଇଁ ଅଭିଜତଙ୍କୁ ଆକ୍ରମଣକାରୀମାନେ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଅନ୍ୟ କିଛି ଛାତ୍ରଙ୍କ ସହ ଅଭିଜିତଙ୍କ ଝଗଡା ହୋଇଥାଇପାରେ ବୋଲି ମଧ୍ୟ ପୁଲିସ ସନ୍ଦେହ କରୁଛି। ହତ୍ୟାକାରୀଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button