କମ୍ପାନି ସେକ୍ରେଟାରିମାନଙ୍କୁ ରାଷ୍ଟ୍ରପତିଙ୍କ ପରାମର୍ଶ: ‘ଗାନ୍ଧୀଙ୍କ ୩ଟି ନୀତି ଅନୁସରଣ କର’ – Ibnodisha

[ad_1]

ନୂଆଦିଲ୍ଲୀ: ଇନଷ୍ଟିଚ୍ୟୁଟ୍ ଅଫ୍ କମ୍ପାନି ସେକ୍ରେଟାରିଜ୍ ଅଫ୍ ଇଣ୍ଡିଆ (ଆଇସିଏସଆଇ)ର ୫୫ତମ ପ୍ରତିଷ୍ଠା ଦିବସ ଉତ୍ସବ ଗତ ୪ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି କହିଥିଲେ ଯେ କମ୍ପାନି ସେକ୍ରେଟାରିମାନେ ମନେ ରଖିବା ଉଚିତ ଯେ ସେମାନଙ୍କ କାର୍ଯ୍ୟ କେବଳ କମ୍ପାନିର ଏକ ଅଧିକାରୀ ଭାବେ ଆଇନଗତ କାର୍ଯ୍ୟ ସଂପାଦନ କରିବା ନୁହେଁ। ବରଂ ବିକାଶମୂଳକ ଯାତ୍ରାରେ ଯେଉଁମାନେ ପଛରେ ପଡ଼ିଯାଇଛନ୍ତି ସେମାନଙ୍କ ପ୍ରତି କମ୍ପାନି ସେକ୍ରେଟାରିମାନଙ୍କର ଦାୟିତ୍ବ ରହିଛି।
ଗାନ୍ଧୀଙ୍କ ଦ୍ବାରା କୁହାଯାଇଥିବା ୭ଟି ପାପ ମଧ୍ୟରେ ରାଷ୍ଟ୍ରପତି ୩ଟି ପାପର ଅବତାରଣା କରିଥିଲେ। ସେଗୁଡ଼ିକ ହେଲା ବିନା କାର୍ଯ୍ୟରେ ସଂପତ୍ତି ଆହରଣ, ଚରିତ୍ର ନଥାଇ ଜ୍ଞାନ ଏବଂ ନୈତିକତା ବିନା ବାଣିଜ୍ୟ। କମ୍ପାନି ସେକ୍ରେଟାରୀମାନଙ୍କ ପାଇଁ ଏହି ନୀତି ସର୍ବଦା ପଥ ପ୍ରଦର୍ଶକ ହେବା ଉଚିତ। ସେହିଭଳି ଇଜ୍ ଅଫ୍ ଡୁଇଂ ବିଜନେସ୍ ପାଇଁ ନିଆଯାଉଥିବା ଆଇନଗତ ପଦକ୍ଷେପର ଯେଭଳି ଅପବ୍ୟବହାର ନହୁଏ ତାହାକୁ ଧ୍ୟାନ ଦେବାକୁ ରାଷ୍ଟ୍ରପତି କମ୍ପାନି ସେକ୍ରେଟାରିମାନଙ୍କୁ ଏହି ଅବସରରେ ପରାମର୍ଶ ଦେଇଥିଲେ।
[ad_2]