ଦେଶ

ପାକିସ୍ତାନ ବାୟୁସୀମାରେ ପ୍ରବେଶ କରିବା ପରେ ପଛକୁ ଫେରିଲା ଏୟାର ଇଣ୍ଡିଆ ବିମାନ – Ibnodisha

[ad_1]

ନୂଆଦିଲ୍ଲୀ: ଦିଲ୍ଲୀରୁ ଲଣ୍ଡନ ଯାଉଥିବା ଏୟାରଇଣ୍ଡିଆର ଏକ ଯାତ୍ରୀବାହୀ ବିମାନ ପାକିସ୍ତାନ ବାୟୁସୀମାରେ ପ୍ରବେଶ କରିବା ପରେ ପୁଣି ପଛକୁ ଫେରି ଆସିଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନଟି ପଛକୁ ଫେରିଥିବା କୁହାଯାଉଛି ।

ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀ-ଲଣ୍ଡନ ଏଆଇ୦୧୧୧  ବିମାନ ଗୁରୁବାର ସକାଳ ୭ଟା ୧୫ ମିନିଟରେ ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦର ଛାଡ଼ିଥିଲା । ଏହାର ୩୦ ମିନିଟ ପରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନଟି ପୁଣି ଦିଲ୍ଲୀ ଫେରିଆସିଥିଲା । ବିମାନଟି ପାକିସ୍ତାନ ବାୟୁସୀମାରେ ଥିବାବେଳେ ପଛକୁ ଫେରିଥିଲା । ଦିଲ୍ଲୀରେ ଏହା ୯ଟା ୩୦ ମିନିଟରେ ଓହ୍ଲାଇଥିଲା ।

ଉକ୍ତ ବିମାନରେ ଯାତ୍ରା କରୁଥିବା ଯଶୋବର୍ଦ୍ଧନ ତ୍ରିଖା ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଲେଖିଛନ୍ତି ଯେ, ବିମାନଟିର ଏସି ଖରାପ ହୋଇଯାଇଥିଲା ଓ ଆଉ କେତେକ ବୈଷୟିକ ତ୍ରୁଟି ରହିଥିଲା । ଏହି କାରଣରୁ ବିମାନକୁ ଫେରାଇବାକୁ ପାଇଲଟ୍ ନିଷ୍ପତ୍ତି ନେଇଥିଲେ । ତେବେ ଦିଲ୍ଲୀ ଫେରିବା ପରେ ଯାତ୍ରୀମାନେ ଘଣ୍ଟା ଘଣ୍ଟା ଧରି ସେଠାରେ ଅଟକି ରହିଥିଲେ । କିନ୍ତୁ ଯାତ୍ରୀଙ୍କ ସୁବିଧା ପାଇଁ ଏୟାର ଇଣ୍ଡିଆ ପକ୍ଷରୁ କୌଣସି ବିଶେଷ ବ୍ୟବସ୍ଥା କରାଯାଇନଥିଲା ।

ଏହାର ଜବାବରେ ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ବୈଷୟିକ କାରଣରୁ ବିମାନଟି ଫେରିଆସିଥିଲା । ଏପରି ଘଟଣା ନିଶ୍ଚିତଭାବେ ଯାତ୍ରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ । କିନ୍ତୁ ଏୟାରପୋର୍ଟରେ ଯାତ୍ରୀଙ୍କ କଥା ବୁଝିବାକୁ ଗ୍ରାଉଣ୍ଡ କର୍ମଚାରୀଙ୍କୁ ସୂଚୀତ କରାଯାଇଥିଲା ।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button