ଦେଶ

ପୁଣି ବାପା ହୋଇଛନ୍ତି ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ – Ibnodisha

[ad_1]

ବ୍ୟୁରୋ : ପୁଣି ବାପା ହୋଇଛନ୍ତି ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି । ସେ ଏକ ପୁତ୍ର ସନ୍ତାନର ବାପା ହୋଇଥିବା କଥା କହିଛନ୍ତି ବିରାଟ । ଏଥିସହ ପୁଅର ନାଁ ଅକାୟ ରଖାଯାଇଥିବା ବିରାଟ କହିଛନ୍ତି।ଉଭୟ ବିରାଟ ଓ ଅନୁଷ୍କା ନିଜ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଏହି ଖୁସି ଖବର ଶେୟାର କରିଛନ୍ତି। ଏଥିରେ ବିରୁଷ୍କା କହିଛନ୍ତି ଯେ ପୁତ୍ର ସନ୍ତାନର ଜନ୍ମ ଫେବୃଆରୀ ୧୫ରେ ହୋଇଥିଲା।  ବିରୁଷ୍କା କହିଛନ୍ତି, ଅତ୍ୟନ୍ତ ଖୁସିର ସହ ଆପଣମାନଙ୍କୁ କହିବାକୁ ଚାହୁଁଛୁ ଯେ ଫେବୃଆରୀ ୧୫ରେ ଆମେ ଆମର ପୁତ୍ର ସନ୍ତାନ ଅକାୟ ଓ ଭାମିକାର ସାନ ଭାଇକୁ ଏ ପୃଥିବୀକୁ ସ୍ୱାଗତ କରିଛୁ। ଏହି ସୁନ୍ଦର ସମୟରେ ଆମେ ଆପଣମାନଙ୍କ ଆଶୀର୍ବାଦ ଓ ଶୁଭକାମନା ଚାହୁଁଛୁ। ଏହି ସମୟରେ ଆପଣମାନେ ଆମର ଗୋପନୀୟତାକୁ ସମ୍ମାନ କରିବେ ବୋଲି ଅନୁରୋଧ କରୁଛୁ।ସୋଶାଲ ମିଡିଆରେ ବିରୁଷ୍କା ଏପରି ପୋଷ୍ଟ କରିବା ପରେ ସେମାନଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।ବିରାଟ ଓ ଅନୁଷ୍କା ୨୦୧୭ରେ ବିବାହ କରିଥିଲେ। ୨୦୨୧ ମସିହା ଜାନୁଆରୀ ୧୧ରେ ଅନୁଷ୍କା ପ୍ରଥମେ କନ୍ୟା ସନ୍ତାନ ଭାମିକାଙ୍କୁ ଜନ୍ମ ଦେଇଥିଲେ। ଏହାର ୩ ବର୍ଷ ପରେ ଅର୍ଥାତ ୨୦୨୪ ଫେବୃଆରୀ ୧୫ରେ ଅକାୟ ଜନ୍ମ ହୋଇଛନ୍ତି। କନ୍ୟା ସନ୍ତାନ ଜନ୍ମ ବେଳେ ବିରାଟ ଅଷ୍ଟ୍ରେଲିଆରେ ରହିଥିଲେ। ଏହି ଖୁସି ଖବର ପାଇବା ମାତ୍ରେ ସେ ସିରଜ ଅଧାରୁ ସ୍ୱଦେଶ ଫେରିଥିଲେ। ଏବେ ପୁତ୍ର ସନ୍ତାନ ଜନ୍ମ ହେବା ପୂର୍ବରୁ ବିରାଟ ଇଂଲଣ୍ଡ ବିପକ୍ଷ ସିରିଜରୁ ଛୁଟି ନେଇଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button