ଦେଶ

ବନ୍ଧ୍ୟାଦୋଷ କାରଣରୁ ହୋଇପାରେ ମାନସିକ ବିକୃତ: ରିସର୍ଚ୍ଚ – Ibnodisha

[ad_1]

ନୂଆଦିଲ୍ଲୀ: ଗତ କିଛି ବର୍ଷ ହେବ କମ୍ ବୟସ୍କଙ୍କ ଠାରେ ମାନସିକ ବିକୃତ ସମସ୍ୟା ଦେଖାଯାଉଛି । ତେବେ ଏହାର କାରଣ ଜାଣିବା ପାଇଁ ଅନେକ ଅନୁସନ୍ଧାନ ମଧ୍ୟ ଜାରି ରହିଛି । ତେବେ ମାନସିକ ବିକୃତ ସହିତ ବାଞ୍ଝପଣର ସମ୍ପର୍କ ରହିଥିବା ନେଇ ନିକଟରେ ହୋଇଥିବା ଏକ ଅନୁସନ୍ଧାନରେ ଖୁଲାସା କରାଯାଇଛି । ଅକ୍ସଫୋଡ ସାଇଣ୍ଟିଷ୍ଟର ବୈଜ୍ଞାନିକମାନେ ଏହି ରିସର୍ଚ୍ଚ କରିଥିବା ନେଇ ରିପୋର୍ଟରେ କୁହାଯାଇଛି । ୪୧୪ଟି ରୋଗକୁ ନେଇ ବୈଜ୍ଞାନିକମାନେ ଏଗି ଅନୁସନ୍ଧାନ କରିଥିଲେ । ତେବେ ୭୪ଟି ରୋଗ ଏବଂ ନିଃସନ୍ତାନ ବା ବାଞ୍ଝପଣ ମଧ୍ୟରେ ସମ୍ପର୍କ ଥିବା ରିସର୍ଚ୍ଚରେ କୁହାଯାଇଛି । ଚିନ୍ତାର ବିଷୟ ହେଉଛି ୭୪ଟି ରୋଗ ସହିତ ମାନସିକ ବିକାରଗ୍ରସ୍ତର ସମ୍ବନ୍ଧ ରହିଛି । କିନ୍ତୁ ଏଥିରୁ କେତେକ ଲିଙ୍ଗ ବିଶିଷ୍ଟ ବୋଲି କୁହାଯାଇଛି । ଉଦାହରଣ ସ୍ୱରୂପ ପୁରୁଷମାନଙ୍କ କ୍ଷେତ୍ରରେ ସ୍କିଜୋଫ୍ରେନିଆ ଏବଂ ଅଧିକ ମଦ୍ୟପାନ କରିବା ସହିତ ବନ୍ଧ୍ୟାତ୍ୱ ଜଡିତ ଅଟେ । ଏଠାରେ ପ୍ରକାଶଥାଉକି, ସ୍କିଜୋଫ୍ରେନିଆ ହେଉଛି ଏକ ପ୍ରକାର ମାନସିକ ବିକୃତି ଅଟେ । ଏହା ଦ୍ୱାରା ଜଣେ ବ୍ୟକ୍ତି ସର୍ବଦା ଭ୍ରମିତ ହୋଇଥାଏ ।

ଏହି କାରଣରୁ, ସାମାଜିକ ଦୂରତା ସୃଷ୍ଟି ହୁଏ ଏବଂ ଲୋକଙ୍କୁ ଭେଟିବାରେ ସମସ୍ୟା ଦେଖାଯାଏ । ସାଧାରଣ ଭାଷାରେ କହିବାକୁ ଗଲେ ସ୍କିଜୋଫ୍ରେନିଆ ଏକ ମାନସିକ ରୋଗ ଯାହା ବୁଝିବା ଏବଂ ବିଚାରଶକ୍ତିକୁ ନଷ୍ଟ କରିଦେଇଥାଏ । ତେବେ ଏନେଇ ଅନୁସନ୍ଧାନର ମୁଖ୍ୟ ଅଜିଙ୍ଗ ଲିଉ କହିଛନ୍ତି, “ଅନ୍ୟପଟେ ମହିଳାଙ୍କ କ୍ଷେତ୍ରରେ ମଧୁମେହ ଏବଂ ଜନ୍ମଗତ ବିକୃତି ମହିଳାଙ୍କୁ ପ୍ରଭାବିତ କରିଥାଏ । ତେବେ ବିଶ୍ୱରେ ବାଞ୍ଝପଣ ବୃଦ୍ଧି ହେବାର ଅନେକ କାରଣ ରହିଛି । ତେବେ ସନ୍ତାନ ପ୍ରସାବକୁ ସ୍ଥଗିତ ରଖିବା ମଧ୍ୟ ଏହାର ଏକ ପ୍ରମୁଖ କାରଣ ବୋଲି କୁହାଯାଇଛି ।

ବନ୍ଧ୍ୟାକରଣ ବୃଦ୍ଧିରେ ଏହା ସବୁଠାରୁ ବିପଜ୍ଜନକ କାରଣ ଅଟେ ।” ତେବେ ଏହି ରିସର୍ଚ୍ଚ ଜର୍ଣ୍ଣାଲ ନେଚର ହ୍ୟୁମାନ ବିହେଭିୟରରେ ପ୍ରକାଶିତ ହୋଇଛି । ତେବେ ଗତ କିଛି ମାସ ପୂର୍ବରୁ ମଧ୍ୟ ପିତାମାତାରୁ ବଞ୍ଚିତ ନେଇ ଏକ ରିସର୍ଚ୍ଚ କରାଯାଇଥିଲା । ମଦ ଉଭୟ ସ୍ତ୍ରୀ ଓ ପୁରୁଷଙ୍କର ପ୍ରଜନନ କ୍ଷମତାକୁ ଦୁର୍ବଳ କରିଦିଏ ବୋଲି ଜାଣିବାକୁ ପାଇଥିଲେ ଅନୁସନ୍ଧାନକାରୀ । ଅଧ୍ୟୟନରୁ ଜଣାପଡିଛି ଯେ, ମଦ୍ୟପାନ କେବଳ ଆମର ଆଭ୍ୟନ୍ତରୀଣ ଅଙ୍ଗ ପାଇଁ କ୍ଷତିକାରକ ନୁହେଁ, ବରଂ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ବନ୍ଧ୍ୟାତ୍ୱ ମଧ୍ୟ ସୃଷ୍ଟି କରିଥାଏ ବୋଲି କୁହାଯାଇଥିଲା । ଅନେକ କ୍ଷେତ୍ରରେ ମଦ୍ୟପାନ ଗର୍ଭପାତର କାରଣ ବୋଲି କୁହାଯାଇଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button