ଦେଶ

ଆଜି କେନ୍ଦ୍ର ବଜେଟ୍‌ – Ibnodisha

[ad_1]

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନିଜର ଷଷ୍ଠ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି। ଚଳିତ ବର୍ଷ ଲୋକସଭା ନିର୍ବାଚନ ହେବାକୁ ଯାଉଥିବାରୁ ଏହା ଏକ କାମଚଳା ବଜେଟ୍ ହେବ। ଏଥିରେ ବଡ଼ ଘୋଷଣା କରିବା ଲାଗି ସରକାରଙ୍କ ପାଖରେ ବିଶେଷ ସୁଯୋଗ ରହିବ ନାହିଁ। ନୂତନ ସରକାର ଗଠନ ହେବା ପର୍ଯ୍ୟନ୍ତ ଏହି ସମୟ ପାଇଁ ବିଭିନ୍ନ କ୍ଷେତ୍ର ଓ ଯୋଜନା ଲାଗି ଆବଶ୍ୟକ ପାଣ୍ଠି ଲାଗି ବଜେଟ୍‌ରେ ବ୍ୟବସ୍ଥା କରାଯିବ। ନୂତନ ସରକାର ଗଠନ ହେବା ପରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ ହେବ।

ନିକଟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଶ୍ରୀମତୀ ସୀତାରମଣ ସ୍ପଷ୍ଟ କରିଥିଲେ ଯେ ବଜେଟ୍‌ରେ କୌଣସି ଆଖିଦୃଶିଆ ଘୋଷଣା ହେବନାହିଁ। ସାମ୍ପ୍ରତିକ ଅର୍ଥନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ବଜେଟ୍‌ରେ ଯାହା କିଛି ବ୍ୟବସ୍ଥା କରିବେ। କିନ୍ତୁ ନିର୍ବାଚନ ବର୍ଷର ବଜେଟ୍ ହୋଇଥିବାରୁ ଜନକଲ୍ୟାଣକାରୀ ଯୋଜନା ଘୋଷଣା କରିବା ଏବଂ ମାଗଣା ସ୍କିମ୍ ଲାଗୁ କରିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ବେତନଭୋଗୀ ବର୍ଗଙ୍କୁ ସନ୍ତୁଷ୍ଟ କରିବା ଲାଗି ଆୟକର‌ରେ ପରିବର୍ତ୍ତନ କରାଯାଇପାରେ।

ଶିକ୍ଷା, ସ୍ବାସ୍ଥ୍ୟ ଓ କୃଷି ଭଳି କ୍ଷେତ୍ରକୁ ପ୍ରାଥମିକତା ପ୍ରଦାନ କରାଯିବାର ମଧ୍ୟ ସମ୍ଭାବନା ରହିଛି। ଖାଦ୍ୟଶସ୍ୟ, ସାର ଆଦି ପାଇଁ ଅଧିକ ସବ୍‌ସିଡି ବ୍ୟବସ୍ଥା କରାଯାଇପାରେ। ଦେଶର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ହେବାର ଗୌରବ ହାସଲ କରିଥିବା ନିର୍ମଳା ବଜେଟ୍ ଉପସ୍ଥାପନ କରିବାରେ ପୂର୍ବତନ ଅର୍ଥମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ସମକକ୍ଷ ହେବେ। ପୂର୍ବରୁ ମନମୋହନ ସିଂହ, ଅରୁଣ ଜେଟ୍‌ଲି, ପି ଚିଦମ୍ବରମ ଓ ଯ‌ଶୋବନ୍ତ ସିହ୍ନା ଲଗାତାର ପାଞ୍ଚଟି ବଜେଟ୍‌ ଉପସ୍ଥାପନ କରିଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button