ଅପରାଧ

ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ – Ibnodisha

[ad_1]

କେନ୍ଦୁଝର: କେନ୍ଦୁଝର ଫାଷ୍ଟଟ୍ରାକ୍ କୋର୍ଟ ବିଚାରପତି ବିଜୟ କୁମାର ମିଶ୍ର ବୁଧବାର ଏକ ଦୁଷ୍କର୍ମ ମାମଲାର ବିଚାର କରି ଚମ୍ପୁଆ ଥାନା କାଞ୍ଜିଆଶୁଳା ଗ୍ରାମର ପ୍ରକାଶ ଚନ୍ଦ୍ର ନାଏକ(୩୪)କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୬ ବର୍ଷିୟା ନାବାଳିକା ପୀଡିତାକୁ ୫ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ ନିମନ୍ତେ ସୁପାରିଶ କରିଛନ୍ତି।

ପୀଡିତା ନାବାଳିକା ଜଣକ ଭଣ୍ଡା ହାଇସ୍କୁଲ ହଷ୍ଟେଲରେ ରହି ୧୦ମ ଶ୍ରେଣୀରେ ପାଠ ପଢୁଥିଲା। ଟେଷ୍ଟ ପରୀକ୍ଷା ସରିବା ପରେ ୮ ଜାନୁୟାରୀ ୨୦୧୯ରେ ଘରକୁ ଫେରୁଥିବା ସମୟରେ ତହିଁ ପରଦିନ ରାତି ୧୦ଟାରେ ନିଖୋଜ ହୋଇଥିଲା। ବହୁ ଖୋଜାଖୋଜି କରି ନପାଇବାରୁ ନାବାଳିକାର ବାପା ସଦର ଥାନାରେ ଏକ ନିଖୋଜ ମାମଲା ରୁଜୁ କରିଥିଲେ। ଉକ୍ତ ଏତଲାକୁ ଭିତ୍ତି କରି ସଦର ପୁଲିସ ମାମଲା ରୁଜୁ କରି ତଦନ୍ତ ପରେ ପୀଡିତାକୁ ଅଭିଯୁକ୍ତର ଗ୍ରାମରୁ ଉଦ୍ଧାର କରି ତା’ର ବୟାନ ରେକର୍ଡ କରିଥିଲେ। ପୀଡିତାର ବୟାନ ଅନୁଯାୟୀ ଅଭିଯୁକ୍ତ ତାକୁ ଅପହରଣ କରି ୭ଦିନ ଧରି ଦୁଷ୍କର୍ମ କରିଥିଲା। ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କେନ୍ଦୁଝର ଫାଷ୍ଟଟ୍ରାକ୍ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ୧୧ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପିପି ଜ୍ଞାନେନ୍ଦ୍ର ନାଥ ଜେନା ମକଦ୍ଦମା ପରିଚାଳନା କରୁଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button