ଅପରାଧ

ଝରକା ଗ୍ରିଲ ଭାଙ୍ଗି ୧0 ଲକ୍ଷ ଟଙ୍କାରୁ ଉର୍ଦ୍ଧ ସୁନା ଗହଣା ଲୁଟିନେଲେ ଡକାୟତ – Ibnodisha

[ad_1]

ଯାଜପୁର : ବ୍ୟାସନଗର ପୌର ପରିଷଦ ଅଧୀନସ୍ଥ ୮ ନଂ ୱାର୍ଡ କାଚଗୋଡି ଅଞ୍ଚଳରେ ଏକ ବଡ଼ ଧରଣର ଚୋରି ହୋଇଛି l ରାତି ଅଧରେ ଘରେ ପଶି ଦଶଲକ୍ଷ ଟଙ୍କାରୁ ଉର୍ଦ୍ଧ ସୁନା ଗହଣା ସହିତ ନଗଦ ଦେଢ଼ ଲକ୍ଷ୍ୟ ଟଙ୍କା ଲୁଟି ନେଇଛନ୍ତି ଡକାୟତ ମାନେ l ସୂଚନା ମୁତାବକ ୮ ନଂ ୱାର୍ଡ କାଚଗୋଡି ଅଞ୍ଚର ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ଥିବା ଦୀପକ ଚୌଧୁରୀ ନାମକ ବ୍ୟକ୍ତି ଗତ କାଲି ରାତି ୧୨ ଟାରେ ସପରିବାର ଶୋଇପଡ଼ିଥିବା ସମୟରେ ପ୍ରାୟ ରାତି ୨ଟାରେ କିଛି ଦୁର୍ବୁତ୍ତ ଘର ପଛପଟୁ ଝରକା ଗ୍ରିଲ ଭାଙ୍ଗି ଘର ଭିତରକୁ ପଶିଥିଲେ l ଘରେ ଥିବା ଆଲମିରାହା ତାଲା ଭାଙ୍ଗି ପ୍ରାୟ ଦଶଲକ୍ଷ ଟଙ୍କାରୁ ଉର୍ଦ୍ଧ ସୁନା ଗହଣା ଓ ନଗଦ ଦେଢ଼ ଲକ୍ଷ୍ୟ ଟଙ୍କାକୁ ଲୁଟି ନେଇଥିଲେ l ତେବେ ସକାଳୁ ଉଠି କବାଟ ଭିତର ପାର୍ଶ୍ୱରୁ ବନ୍ଦ ଥିବାଦେଖି ଘର ପଛପଟୁ ଝରକା ଭଙ୍ଗା ହୋଇଥିବା ଦେଖିଥିଲେ ଏବଂ ଚୋରମାନେ ସବୁକିଛି ଲୁଟି ନେଇଥିବା ଜାଣିବାକୁ ପାଇଥିଲେ ବୋଲି କହନ୍ତି ଦୀପକ lଏନେଇ ଦୀପକ ସ୍ଥାନୀୟ ଯାଜପୁର ରୋଡ଼ ଥାନାରେ ଏକ ଏତଲା ଦାୟର କରିଛନ୍ତି l ଏତଲାକୁ ଆଧାର କରି ଯାଜପୁର ରୋଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି l

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button