ଦେଶ

ଦମ୍ପତିଙ୍କ ଟିକେଟକୁ ଭୁଲ ଦର୍ଶାଇ ଟିଟିଇ ଗଣିଲେ ୪୦ ହଜାର – Ibnodisha

[ad_1]

ବେଙ୍ଗାଲୁରୁ : ଦମ୍ପତିଙ୍କ ଟିକେଟକୁ ଭୁଲ ଦର୍ଶାଇ ଟିଟିଇ ଗଣିଲେ ୪୦ ହଜାର । ବୃଦ୍ଧ ଦମ୍ପତି ଟ୍ରେନରେ ଯାତ୍ରା କରୁଥିଲେ । ତାଙ୍କ ପାଖରେ କନଫର୍ମ ଟିକେଟ ବି ଥିଲା । କିନ୍ତୁ ଟିଟିଇ ତାଙ୍କୁ ବତାଇଲେ ଏ ଟିକେଟ ଭୁଲ ଅଛି । ଯାହାପରେ ଟ୍ରେନରେ ଯାତ୍ରା କରୁଥିବା ଏହି ବୃଦ୍ଧ ଦମ୍ପତି ଚମକି ଉଠିଥଲେ । ଟିଟିଇ ତାଙ୍କ ଉପରେ ବିନା ଟିକେଟରେ ଯାତ୍ରା କରିବା କାରଣରୁ ଜରିମାନା ଲଗାଇଲେ । କିନ୍ତୁ ଟିଟିଇଙ୍କୁ ମହଙ୍ଗା ପଡିଗଲା ଜରିମାନା ଲଗାଇବା । ସୂଚନା ଅନୁଯାଇ , ରାଜଧାନୀ ଏକ୍ସପ୍ରେସର ପ୍ରଥମ ଶ୍ରେଣୀ ଏସି ଟିକେଟ୍ କନଫର୍ମ ହେବା ସତ୍ତ୍ୱେ ବେଙ୍ଗାଲୁରୁର ଜଣେ ବୃଦ୍ଧ ଦମ୍ପତିଙ୍କୁ “ଟିକେଟ୍ ବିନା ଯାତ୍ରା” ଅଧୀନରେ ୨୨,୩୦୦ ଟଙ୍କା ଜରିମାନା ଲାଗୁ କରିବା ମାମଲାରେ କୋର୍ଟ ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏହି ଦମ୍ପତିଙ୍କୁ କ୍ଷତିପୂରଣ ହିସାବରେ ରେଳବାଇକୁ ୪୦ ହଜାର ଟଙ୍କା ଦେବାକୁ କଞ୍ଜୁମର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଲୋକ କୁମାର ନାମକ ଜଣେ ବ୍ୟକ୍ତି ଏହାକୁ କୋର୍ଟ ପର୍ଯ୍ୟନ୍ତ ନେଇଗଲେ । ତାଙ୍କର ୭୭ ବର୍ଷୀୟ ପିତା ଓ ୭୧ ବର୍ଷୀୟା ମା’ ପାଇଁ ଏହି ଟିକେଟ ବୁକ୍ କରିଥିଲେ, କିନ୍ତୁ ୨୧ ମାର୍ଚ୍ଚ ୨୦୨୨ ରେ ଏହି ଯାତ୍ରା ବୃଦ୍ଧ ଦମ୍ପତିଙ୍କ ପାଇଁ ଏକ ଯନ୍ତ୍ରଣାଦାୟକ ଅନୁଭୂତିରେ ପରିଣତ ହୋଇଥିଲା ।ବୃଦ୍ଧ ଦମ୍ପତି ଟ୍ରେନରେ ବସି ଯାତ୍ରା କରୁଥିବାବେଳେ ଟିକେଟ୍ ପରୀକ୍ଷକ ତାଙ୍କର ପିଏନଆର ନମ୍ବର ଯାଞ୍ଚ କରି କହିଥିଲେ ଯେ କନଫର୍ମ ହୋଇଥିବା ଟିକେଟ୍ ପାଇଁ ଏହାର ସ୍ଥିତି “ନୋ ରୁମ୍” ଅଟେ । ଆଉ ଯେତେବେଳେ ପୁଅ ଏହା ବିଷୟରେ ଜାଣିଲେ, ସେ ଆଇଆରସିଟିସିରେ ଅଭିଯୋଗ କରିଥିଲେ ଓ ଦକ୍ଷିଣ ପଶ୍ଚିମ ରେଳବାଇ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ, କିନ୍ତୁ ତାଙ୍କୁ କୌଣସି ପ୍ରତିକ୍ରିୟା ମିଳି ନଥିଲା । ଏହା ପରେ ସେ ଦକ୍ଷିଣ-ପଶ୍ଚିମ ରେଳବାଇର ମୁଖ୍ୟ ବୁକିଂ ଅଫିସର ଓ ଆଇଆରସିଟିସି ଅଧିକାରୀଙ୍କ ବିରୋଧରେ ବେଙ୍ଗାଲୁରୁର ଏକ କଞ୍ଜୁମର କୋର୍ଟ ନିକଟରେ ଅଭିଯୋଗ କରିଥିଲେ।ଆଇଆରସିଟିସି ଦାବି କରିଛି ଯେ ଏହା କେବଳ ଯାତ୍ରୀମାନଙ୍କ ପାଇଁ ଏକ ଅନଲାଇନ୍ ଟିକେଟ୍ ପ୍ଲାଟଫର୍ମ ଓ ଯାତ୍ରୀମାନଙ୍କ ଉପରେ ଜରିମାନା ଆଦାୟରେ ସମ୍ପୃକ୍ତ ନୁହେଁ, ଆଇନଗତ ନୋଟିସ୍ ଦିଆଯିବା ସତ୍ତ୍ୱେ ଏସଡବ୍ଲୁଆର ଅଧିକାରୀମାନେ କୋର୍ଟରେ ହାଜର ହୋଇ ନଥିଲେ । ଏହା ପରେ କୁମାରଙ୍କ ପିତାମାତାଙ୍କୁ ନିର୍ଯ୍ୟାତନା ପାଇଁ କ୍ଷତିପୂରଣ ହିସାବରେ କଞ୍ଜୁମର କୋର୍ଟ ରେଳବାଇକୁ ୩୦,୦୦୦ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ଜରିମାନା ଫେରସ୍ତ ଓ କୁମାରଙ୍କ କୋର୍ଟ ଖର୍ଚ୍ଚ ହିସାବରେ ୧୦,୦୦୦ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button