ଅପରାଧ

ଚରିତ୍ରକୁ ସନ୍ଦେହ ପତ୍ନୀଙ୍କୁ ହତ୍ୟା କଲା ସ୍ୱାମୀ – Ibnodisha

[ad_1]

ସୂଚନାନୁଯାୟୀ, କନ୍‌ଷ୍ଟେବଲ୍‌ କିଶୋର ଡି (୩୨) ପତ୍ନୀ ପ୍ରତିଭା (୨୪)ଙ୍କ ଚରିତ୍ରକୁ ସନ୍ଦେହ କରୁଥିଲେ। ପ୍ରସବ ଯୋଗୁଁ ନିଜ ଘରେ ଥିବା ପ୍ରତିଭାଙ୍କୁ ସେ ରବିବାର ସନ୍ଧ୍ୟାରେ ଫୋନ୍‌ରେ ଗାଳିଗୁଲଜ୍‌ କରିଥିଲେ। ପ୍ରତିଭା କାନ୍ଦିବାରୁ ତାଙ୍କ ମା’ ଫୋନ୍‌ ବନ୍ଦ କରିଦେଇ ଥିଲେ। ଏହା ସତ୍ତ୍ବେ କିଶୋର ରବିବାର ରାତି ସାରା ତାଙ୍କୁ ଫୋନ୍‌ କରି ଚାଲିଥିଲେ। ସୋମବାର ସକାଳେ ଉତ୍ତ୍ୟକ୍ତ କିଶୋର ନିଯୁକ୍ତି ସ୍ଥାନ କାମରାଜ ନଗରଠାରୁ ୨୩୦ କିମି ଦୂର ବେଙ୍ଗାଲୁରୁ ଗ୍ରାମାଞ୍ଚଳରେ ଥିବା ଶ୍ବଶୁର ଘରେ ପହଞ୍ଚିଥିଲେ। ଶ୍ବଶୁର ଘରେ ସେ ପତ୍ନୀଙ୍କ ଫୋନ୍‌ର କଲ୍‌ ଓ ବାର୍ତ୍ତାଗୁଡ଼ିକୁ ଯାଞ୍ଚ କରିବା ପରେ କାହା କାହା ସହିତ ସମ୍ପର୍କ ରଖିଛନ୍ତି ପଚାରିଥିଲେ।

ପରେ ପ୍ରତିଭା ପୁଅ ସହ ଘରେ ଏକା ଥିଲାବେଳେ ଘର ଭିତରୁ ବନ୍ଦ କରି ତାଙ୍କୁ ହତ୍ୟା କରିଥିଲେ। କିଛି ସମୟ ପରେ ଶାଶୂ କବାଟ ବନ୍ଦ ଥିବା ଦେଖି ସନ୍ଦେହରେ ବାଡ଼େଇଥିଲେ। ଦୀର୍ଘ ସମୟ ପରେ କିଶୋର କବାଟ ଖୋଲି ବିଚଳିତ ଭାବେ ପ୍ରତିଭାଙ୍କୁ ହତ୍ୟା କରିଥିବା କହିଥିଲେ ଓ ଘରୁ ତତ୍‌କ୍ଷଣାତ୍‌ ପଳାଇଥିଲେ। କିଶୋରଙ୍କୁ ହସ୍‌କୋଟ ପୁଲିସ ଗିରଫ କରିବା ପରେ ସେ ମଧ୍ୟ ବିଷ ଖାଇଥିବା ଜାଣି ଡାକ୍ତରଖାନାରେ ଭର୍ତ୍ତି କରିଛି। ସୂଚନାନୁଯାୟୀ, ପ୍ରତିଭା ଜଣେ ଡିଗ୍ରୀ ଇଞ୍ଜିନିୟର। ୨୦୨୨ ନଭେମ୍ବର ୧୩ରେ ତାଙ୍କର କିଶୋରଙ୍କ ସହ ବିବାହ ହୋଇଥିଲା। କିଶୋର ପୂର୍ବରୁ ପ୍ରତିଭାଙ୍କୁ ଯୌତୁକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button