ଯୁବ କଳାକାରଙ୍କୁ ପଥରରେ ଛେଚି ନୃଶଂସ ଭାବେ ହତ୍ୟା – Ibnodisha

[ad_1]
ସୁବର୍ଣ୍ଣପୁର : ଯୁବ କଳାକାରଙ୍କୁ ପଥରରେ ଛେଚି ନୃଶଂସ ଭାବେ ହତ୍ୟା କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଯୁବକଙ୍କୁ ପ୍ରଥମେ ମଦ ପିଇବାକୁ ଦେଇ ଯୋଜନାବଦ୍ଧ ଭାବେ ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସୁବଳୟା ଥାନା ଅଞ୍ଚଳରେ ଏହି ଖବର ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତ ବ୍ୟକ୍ତି ହେଲେ ଡମ୍ବରୁଧର ଅଧିକାରୀ। ଆଜି ସକାଳୁ ମୃତଦେହ ଉଦ୍ଧାର ହେବା ପରେ ସନ୍ଧାନୀ କୁକୁର ସହାୟତାରେ ସାଇଣ୍ଟିଫିକ୍ ଟିମ୍ ଛାନ୍ଭିନ୍ ଜାରି ରଖିଛି।
ସୂଚନା ଅନୁସାରେ ସୁବଳୟା ଥାନା ଅଧୀନ ଧିବରପଡ଼ା ନିବାସୀ ସୁରେଶ ଅଧିକାରୀଙ୍କ ପୁତ୍ର ଡମ୍ବରୁଧର ଅଧିକାରୀ ସ୍ଥାନୀୟ ଥାନା ପାଖରେ ଏକ ପାନ ଦୋକାନ କରିଥିଲେ। ଗୁରୁବାର ରାତି ଆଠଟା ପରେ ସେ ଦୋକାନ ବନ୍ଦ କରିଥିଲେ। କିନ୍ତୁ ଏହାପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ଫେରି ନଥିଲେ। ଫଳରେ ପରିବାର ଲୋକଙ୍କର ଚିନ୍ତା ବଢ଼ି ଯାଇଥିଲା। ପରିବାର ଲୋକ ଖୋଜାଖୋଜି କରିଥିଲେ ଡମ୍ବରୁଧରଙ୍କ କୌଣସି ପତ୍ତା ପାଇ ପାରିନଥିଲେ। ଶୁକ୍ରବାର ସକାଳ ୮ଟାରେ ସୁବଳୟା ଠାରୁ ଦୁଇ କିମି ଦୂର ଚନ୍ଦଲି-ସାଲେପୁର ମଝିରେ ରୁଗୁଡ଼ିବନ୍ଧ ଦଳେଇଝୁଲି ପାଖ ଖାଲୁଆ ଜାଗାରେ ଏକ ମୃତଦେହ ପଡ଼ିଥିବା କିଛି ଲୋକ ଦେଖି ପୁଲିସ୍କୁ ଖବର ଦେଇଥିଲେ।
[ad_2]



