ବିଲଡିଂରେ ଭୟାବହ ଅଗ୍ନିକାଣ୍ଡ : ୪ ମୃତ – Ibnodisha

[ad_1]
ନୂଆଦିଲ୍ଲୀ : ଦିଲ୍ଲୀର ଶାହାଦରା ଅଂଚଳସ୍ଥିତ ରାମ ନଗର ବିଲଡିଂରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ବିଲଡିଂର ପ୍ରଥମ ମହଲାରେ ନିଆଁ ଲାଗି ଯାଇଥିଲା। ତେବେ ଅଗ୍ନିଶମ ବିଭାଗ ପକ୍ଷରୁ ଖବର ପାଇ ଘଟଣା ସ୍ଥଳରେ ନିଆଁକୁ ଆୟତ୍ତ କରିବା ପାଇଁ ୫ଟି ଦମକଳ ଗାଡି ନିୟୋଜିତ ହୋଇଥିଲେ। ସ୍ଥାନୀୟ ପୋଲିସ ସହାୟତାରେ ଭିତରେ ଥିବା ସମସ୍ତଙ୍କୁ ବାହାର କରାଯାଇ ଗୁରୁ ତେଗ ବାହାଦୁର ହସ୍ପିଟାଲ ନିଆ ଯାଇଥିଲା। ହେଲେ ସେଥି ମଧ୍ୟରୁ ୪ ଜଣଙ୍କୁ ଡକ୍ଟର ମୃତ ଘୋଷଣା କରିଥିଲେ। ଏବେ ଅନ୍ୟ ୨ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଅଛନ୍ତି।ଏହି ଘଟଣାରେ ମୃତ୍ୟୁବରଣ କରିଥିବା ୪ ଜଣ ମଧ୍ୟରୁ ୨ ଜଣ ମହିଳା ହୋଇଥିବା ବେଳେ ଜଣେ ୯ ମାସର ଶିଶୁ ଓ ଆଉ ଜଣେ ୧୭ ବର୍ଷୀୟ ବାଳକ ଥିଲେ ଏବଂ ସେମାନେ ଉକ୍ତ ବିଲଡିଂରେ ଭଡା ଘରେ ରହିଥିଲେ ବୋଲି ପୋଲିସ କହିଛି। ଏକ ରୁମ ହିଟର ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ନାମ ହେଉଛି ପ୍ରଥମ ସୋନି, ରାଖନା, ଗୌରୀ ସୋନି ଏବଂ ରୁହି ବୋଲି ଜଣାପଡିଛି। ମୃତକଙ୍କ ବ୍ୟତୀତ ଅନ୍ୟ ଦୁଇଜଣ ରାଧିକା ଏବଂ ପ୍ରଭାତ ଙ୍କୁ ବିଲଡିଂରୁ ଉଦ୍ଧାର କରାଯାଇ ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଚିକିତ୍ସା ଚାଲିଛି।ଉଭୟଙ୍କ ହାତ ଓ ଗୋଡରେ ଆଘାତ ଲାଗିଛି। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଜଣା ପଡି ନଥିବା ବେଳେ ପୋଲିସ ଷ୍ଟେସନରେ ଘର ମାଲିକ ଭାରତ ସିଂଙ୍କ ନାମରେ ଏକ ମାମଲା ପଞ୍ଜିକୃତ ହେବା ପରେ ତଦନ୍ତ ଜାରି ହୋଇଛି।
[ad_2]




