ରାଜ୍ୟ

ଭଡ଼ା ଘର ଭିତରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର – Ibnodisha

[ad_1]

ରେଢ଼ାଖୋଲ : ରେଢ଼ାଖୋଲ ଥାନା ନିକଟରେ ଏକ ଭଡ଼ା ଘରୁ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ତେବେ ମୃତ ଛାତ୍ରୀ ଜଣଙ୍କ ଗୈଡପଡା ଗାଁର ବୋଲି ଜଣାପଡିଛି ଏବଂ ସେ ରେଢ଼ାଖୋଲରେ ଏକ ଭଡା ଘରେ ରହି ପାଠ ପଢୁଥିଲେ। ମୃତ ଛାତ୍ରୀ ଜଣଙ୍କ ରେଢ଼ାଖୋଲ ଭୀମଭୋଇ ମହାବିଦ୍ୟାଳୟର ଯୁକ୍ତ ତିନି ଶେଷ ବର୍ଷର ଛାତ୍ରୀ ବୋଲି ଜଣାପଡିଛି। ତେବେ ଛାତ୍ରୀଙ୍କ ମୃତ୍ୟୁ ଖବର ପରିବାର ଲୋକେ ଶୁଣିବା ପରେ ପରିବାର ଲୋକେ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି। ଗତକାଲି ରାତିରେ ଛାତ୍ରୀ ଜଣଙ୍କ ପରିବାର ସହ ବେଶ ସମୟ କଥାବାର୍ତ୍ତା ହୋଇଥିଲେ କିନ୍ତୁ ହଠାତ୍ ସକାଳକୁ ଏହି ଘଟଣାକୁ ଶୁଣିବା ପରେ ପରିବାର ଲୋକେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ପୋଲିସ ଘଟଣାସ୍ଥଳରେ ପହଁଚି ସେହି ଘରୁ ଏକ ସୁଇସାଇଡ ନୋଟ୍ ଓ ମୋବାଇଲ ଜବତ କରିଛି। ଏହାପରେ କେଉଁ କାରଣରୁ ଛାତ୍ରୀ ଜଣଙ୍କ ଏଭଳି ପଦକ୍ଷେପ ନେଲେ ତାହାର ତଦନ୍ତ କରୁଛି ପୋଲିସ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button