ରାଜ୍ୟ
ଖସୁଛି ପାରଦ, ବଢୁଛି ଶୀତ – Ibnodisha

[ad_1]
ଭୁବନେଶ୍ୱର: ତଳକୁ ଖସିଛି ପାରଦ, ବଢ଼ିଛି ଶୀତ । ରାତି ବେଳା ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇଛି। ପାହାଡ଼ିଆ ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ହ୍ରାସ ପାଇଥିବା ବେଳେ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ମଧ୍ୟ ଦେଖିବାକୁ ମିଳିଛି । ଆସନ୍ତାକାଲି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖାଦେବ । ଆଭ୍ୟନ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ଘନ କୁହୁଡ଼ି ପରିଲକ୍ଷିତ ହେବାର ଆଶଙ୍କା ରହୁଛି । ତେବେ ୧୭ରୁ ୧୯ ତାରିଖ ମଧ୍ୟରେ କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।
[ad_2]