ଦେଶ

ଦିଲ୍ଲୀରେ କୁହୁଡି ଯୋଗୁଁ ଏକାଧିକ ଟ୍ରେନ ଓ ବିମାନ ଚଳାଚଳ ବାଧାପ୍ରାପ୍ତ – Ibnodisha

[ad_1]

ନୂଆଦିଲ୍ଲୀ: ଘନ କୁହୁଡିର ଚାଦର ତଳେ ଜାତୀୟ ରାଜଧାନୀ ଦିଲ୍ଲୀ । ଗତ କିଛି ଦିନ ଧରି ଦିଲ୍ଲୀରେ ଘନ କୁହୁଡିର ପ୍ରଭାବ ଦେଖିବାକୁ ମିଳୁଛି । ଯେଉଁଥିପାଇଁ ଟ୍ରେନ ଓ ବିମାନ ଚଳାଚଳ ବାଧାପ୍ରାପ୍ତ ହେଉଛି । ସାଧାରଣ ଲୋକମାନେ ମଧ୍ୟ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅନେକ ବିମାନ ଉଡାଣ ବାଧାପ୍ରାପ୍ତ ହୋଇଛି । ଆଜି (ରବିବାର) ପାଖାପାଖି 200ରୁ ଅଧିକ ବିମାନ ଚଳାଚଳ ପ୍ରଭାବିତ ହୋଇଛି ।

ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରର ଆଖପାଖରେ ଘନ କୁହୁଡି ଆସ୍ତରଣ ଦେଖିବାକୁ ମିଳିଛି । ଯେଉଁଥିପାଇଁ ଦୃଶ୍ୟମାନ ଦୂରତା କମ ରହିଥିବା ଯୋଗୁଁ ବିମାନ ଉଡାଣରେ ବାଧା ଉପୁଜିଛି । ଆଜି 200ରୁ ଅଧିକ ବିମାନ ଉଡାଣରେ ବାଧା ସୃଷ୍ଟି ହୋଇଥିବା ବେଳେ ଶନିବାର ଦିନ ମଧ୍ୟ କମ୍ ଦୃଶ୍ୟମାନ ଯୋଗୁ 250ରୁ ଅଧିକ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଯେଉଁଥିରେ ପାଖାପାଖି 225ଟି ଘରୋଇ ବିମାନ ଥିଲା ଓ 25ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ବିମାନ ଥିଲା । ଶୁକ୍ରବାର ଦିନ ମଧ୍ୟ 300ରୁ ଅଧିକ ବିମାନ ବିଳମ୍ବରେ ଉଡାଣ ଭରିଥିଲା ।

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button