ପ୍ରଥମ ବିଜ୍ଞାନ ସମ୍ପର୍କିତ ତଥ୍ୟ ପଠାଇଲା ଚନ୍ଦ୍ରଯାନ-୩; ଚନ୍ଦ୍ରରେ ବାୟୁମଣ୍ଡଳ ନାହିଁ, ତାପମାତ୍ରାରେ ଫରକ୍ – Ibnodisha
[ad_1]
ବେଙ୍ଗାଲୁରୁ: ଚଳିତମାସ ୨୩ରେ ଇସ୍ରୋ ପକ୍ଷରୁ ପଠାଯାଇଥିବା ଚନ୍ଦ୍ରଯାନ-୩ ସଫଳତାର ସହ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଛି । ଇତିମଧ୍ୟରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରପୃଷ୍ଠ ସମ୍ପର୍କରେ ପ୍ରଥମ ବିଜ୍ଞାନ ସମ୍ପର୍କିତ ତଥ୍ୟ ପ୍ରେରଣ କରିଛି । ‘ବିକ୍ରମ’ରେ ଖଞ୍ଜାଯାଇଥିବା ଥର୍ମାଲ ପ୍ରୋବ୍ ଯନ୍ତ୍ରର ଅନୁଧ୍ୟାନ ଅନୁଯାୟୀ ଚନ୍ଦ୍ରରେ ବାୟୁମଣ୍ଡଲ ନଥିବାବେଳେ ଚନ୍ଦ୍ରପୃଷ୍ଠର ତାପମାତ୍ରାରେ ଫରକ୍ ରହୁଥିବା ଜଣାପଡିଛି । ମେରୁ ଅଞ୍ଚଳରେ ଚନ୍ଦ୍ରପୃଷ୍ଠ, ଚନ୍ଦ୍ରପୃଷ୍ଠର ସାମାନ୍ୟ ତଳେ ଏବଂ ଅଧିକ ଗଭୀରରେ ତାପମାତ୍ରାରେ ତାରତମ୍ୟ ରହୁଥିବାର ସୂଚନା ମିଳିଛି । ଚନ୍ଦ୍ରପୃଷ୍ଠର ୧୦ ସେଣ୍ଟିମିଟର ଗଭୀରରେ ତାପମାତ୍ର ରେକର୍ଡ କରିବାକୁ ‘ବିକ୍ରମ’ରେ ୧୦ଟି ପୃଥକ ସେନ୍ସର ଥିବା ଆବଶ୍ୟକ ଯନ୍ତ୍ରପାତି ଖଞ୍ଜାଯାଇଛି ।
ଏହାକୁ ଚେଷ୍ଟ୍ (ଚନ୍ଦ୍ରାଜ୍ ସର୍ଫେସ ଥର୍ମୋଫିଜିକାଲ ଏକ୍ସପେରିମେଣ୍ଟ୍) ଆଖ୍ୟା ଦିଆଯାଇଛି । ଏହି ସୂଚନାକୁ ଆଧାର କରି ଇସ୍ରୋ ପକ୍ଷରୁ ଫରକ୍ ରହୁଥିବା ତାପମାତ୍ରାର ଏକ ଗ୍ରାଫ୍ ପ୍ରସ୍ତୁତ କରାଯାଇଛି । ତେବେ ଆଶା କରାଯାଉଥିବା ତାପମାତ୍ରା ତୁଳନାରେ ଏହା ଅଧିକ ରହିଛି ବୋଲି ଇସ୍ରୋ ବୈଜ୍ଞାନିକ ବି.ଏଚ.ଏମ୍. ଦାରୁକେଶ କହିଛନ୍ତି । ଚନ୍ଦ୍ରପୃଷ୍ଠର ତାପମାତ୍ରା ଅତିବେଶୀରେ ୨୦-୩୦ ଡିଗ୍ରୀ ସେଣ୍ଟିଗ୍ରେଡ୍ ରହୁଥିବ ବୋଲି ଇସ୍ରୋ ବୈଜ୍ଞାନିକମାନେ ଆଶା କରୁଥିବାବେଳେ ଏହା ୭୦ ଡିଗ୍ରୀ ସେଣ୍ଟିଗ୍ରେଡ ରେକର୍ଡ କରାଯାଇଥିବା ଜଣାପଡିଛି । ଲୁନାର ଡେ’ ଚାଲୁଥିବାବେଳେ ଚନ୍ଦ୍ରପୃଷ୍ଠର ରାତ୍ରକାଳୀନ ତାପମାତ୍ରା ୧୦୦ ଡିଗ୍ରୀ ସେଲସିୟସରୁ କମ ରହୁଥିବାବେଳେ ମଧ୍ୟାହ୍ନରେ ଏହା ୧୦୦ ଡିଗ୍ରୀ ସେଲସିିୟସ୍ ଅତିକ୍ରମ କରୁଥିବା ଜଣାପଡିଛି । ସର୍ବୋଚ୍ଚ ତାପମାତ୍ରା ପୁନଶ୍ଚ ଚନ୍ଦ୍ରପୃଷ୍ଠର ୫ରୁ ୨୦ ମିଟର ଗଭୀର ସ୍ଥାନ ଉତ୍ତମ ଇନ୍ସୁଲେଟରଭାବେ କାର୍ଯ୍ୟ କରୁଥିବାରୁ ତାପମାତ୍ରାରେ ଫରକ୍ ଆସୁଥିବା ଇସ୍ରୋ ପକ୍ଷରୁ ଅନୁମାନ କରାଯାଉଛି ।
[ad_2]