ରାଜ୍ୟ

ନିଲାମ ହେବ ହନିଟ୍ରାପ କୁଇନ ଅର୍ଚ୍ଚନା ନାଗଙ୍କ ୨ ଦାମୀ ଗାଡ଼ି – Ibnodisha

[ad_1]

ଭୁବନେଶ୍ୱର: ନିଲାମ ହେବ ଅର୍ଚ୍ଚନା ନାଗଙ୍କ ୨ ଗାଡ଼ି। ଅର୍ଚ୍ଚନାଙ୍କ ୨ଟି ଦାମୀ ଗାଡ଼ି ନିଲାମ ପାଇଁ କୋର୍ଟରେ ଆବେଦନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଜବତ ହୋଇଥିବା ଥାର୍‌ ଓ ଫୋର୍ଡ ଏଣ୍ଡେଭର ଗାଡ଼ି ନିଲାମ ପାଇଁ ଆବେଦନ ହୋଇଛି। ୨ଟି ଗାଡ଼ିର କ୍ରୟ ମୂଲ୍ୟ ୫୬ ଲକ୍ଷ ଟଙ୍କା ବୋଲି ଦର୍ଶା ଯାଇଥିବା ସୂଚନା ମିଳିଛି। ମନି ଲଣ୍ଡରିଂ ନେଇ ଚଢ଼ଉ ବେଳେ ଇଡି ଅର୍ଚ୍ଚନାଙ୍କ ୨ ଗାଡ଼ି ଜବତ କରିଥିଲା । ହନିଟ୍ରାପ ମାମଲା ସାମ୍ନାକୁ ଆସିବା ପରେ ୨୦୨୨ ମସିହା ନଭେମ୍ୱର ୧୦ ତାରିଖରେ ଇଡି ଅର୍ଚ୍ଚନାଙ୍କ ଘରେ ଚଢ଼ଉ କରିଥିଲା। ସେହି ସମୟରେ ଏହି ଗାଡ଼ି ଦୁଇଟିକୁ ଦେଖିବାକୁ ପାଇଥିଲା। ପରବର୍ତ୍ତୀ ସମୟରେ ଗୋଟିଏ ଗାଡ଼ି ଗାଏବ ହୋଇଯାଇଥିଲା। ଏହାକୁ ନେଇ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ୨୦୨୨ ମସିହା ନଭେମ୍ୱର ୨୦ ତାରିଖ ରାତିରେ ମଞ୍ଚେଶ୍ୱରରେ ଏକ ପରିତ୍ୟକ୍ତ ଅଞ୍ଚଳରେ ଗାଡ଼ିଟି ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ଏହା ପରେ ଇଡି ଗାଡିଟିକୁ ଯାଞ୍ଚ କରି ଜବତ କରିଥିଲା। ଏଥିସହ ଅର୍ଚ୍ଚନାଙ୍କ ବିଳାଶପୂର୍ଣ୍ଣ ଘରକୁ ମଧ୍ୟ ଇଡି ଜବତ କରିଥିଲା। ଯାହାର ଅନୁମାନିକ ମୂଲ୍ୟ ୪ କୋର୍ଟ ଟଙ୍କା ହେବ। ଇତି ପ୍ରଥମ ପର୍ୟ୍ୟାୟରେ ଅର୍ଚ୍ଚନାଙ୍କ ଦୁଇ ଦାମୀ ଗାଡ଼ିକୁ ନିଲାମ ପାଇଁ କୋର୍ଟରେ ଆବେଦନ କରିଛି। ପରବର୍ତ୍ତୀ ସମୟରେ ଘର ନିଲାମ ପାଇଁ ଆବେଦନ କରିପାରେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button