ରାଜ୍ୟ

ଚଇନିପୁର ଗାଁ ରେ ପାଞ୍ଚ ଦିନ ପାଇଁ ପାଳିତ ହେଉଛି ଗହ୍ମା ପର୍ବ

ଯାଜପୁର: ଶଙ୍ଖ, ଘଣ୍ଟ ଧୂପ ଦୀପ ଆଳତୀରେ କମ୍ପୁଛି ପୂରା ପରିବେଶ । ଥାଳିରେ ସଜା ହୋଇଛି ନାନାଦି ବ୍ୟଞ୍ଜନ । ପିଠା ପଣାର ବାସ୍ନାରେ ମହକୁଛି ଅଞ୍ଚଳ । ଏହାରି ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଲାଗିଛି ଭିଡ଼ । ପାଳିତ ହେଉଛି ଗହ୍ମା ପୂର୍ଣ୍ଣୀମା । ଜଗନ୍ନାଥଙ୍କ ପାଟବଂଶୀ ସେବକ ବା ପଟରା ସମ୍ପ୍ରଦାୟଙ୍କ ଦ୍ବାରା ଗହ୍ମା ପୂର୍ଣ୍ଣିମାରେ ପ୍ରଥମ ରାକ୍ଷୀ ଜଗନ୍ନାଥଙ୍କୁ ଲାଗି କରିବା ପରେ ଆରମ୍ଭ ହୁଏ ପାଞ୍ଚ ଦିନ ପାଇଁ ଗହ୍ମା ପର୍ବ ଓ ବଳଭଦ୍ର ପୂଜା।

ଏହି ପୂଜାକୁ ନେଇ ଯାଜପୁର ବ୍ଲକ ଚଇନିପୁର ଗାଁ ଅଖାଘରସାହିରେ ଦେଖା ଦେଇଛି ବେଶ୍‌ ଉତ୍ସାହ ।

ତେବେ ଅଖାଘରସାହି ରେ ଥିବା ପାଟରା ଜାତିର ଲୋକ ମାନଙ୍କ ଦ୍ଵାରା ଗହ୍ମା ପର୍ବ ବଡ଼ ଧୁମ଼ଧାମରେ ପାଳିତ ହେଉଛି । ପାଞ୍ଚଦିନ ବ୍ୟାପୀ ଅନୁଷ୍ଠିତ ଏହି ପୂଜା ପାଇଁ ଆମିଷ, ପିଆଜ ରସୁଣ ସମ୍ପୂର୍ଣ୍ଣ ବାରଣ କରାଯାଇ ଥାଏ । ପୂଜାର ଦ୍ୱିତୀୟ ଦିନକୁ ବଡ଼ ପୂଜାରେ ନାମିତ କରିଥାନ୍ତି, ଏଥିରେ ପ୍ରଭୁଙ୍କୁ ବିଭିନ୍ନ ପ୍ରକାର ପିଠା ଓ କ୍ଷୀରି ଭୋଗ ରୂପେ ଅର୍ପଣ କରିଥାନ୍ତି । ସମସ୍ତ ଙ୍କ ଘରେ ଘରେ ପ୍ରତିଯୋଗୀତାର ମନୋଭାବ ରଖି ଠାକୁର ସଜା ଠାରୁ ଆରମ୍ଭ କରି ଭୋଗ ପ୍ରସ୍ତୁତି ହୋଇଥାଏ । ଏଥି ସହ ଗାଁର ସମସ୍ତଙ୍କ ଘରେ ବନ୍ଧୁ ପରିଜନଙ୍କ ଭିଡ ଦେଖିବାକୁ ମିଳିଥାଏ । ଏହି ପର୍ବକୁ ନେଇ ସେଠାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ ।

ତେବେ ଶେଷ ଦିନକୁ ସମସ୍ତେ ଅତି ଆନନ୍ଦ ଓ ନିଷ୍ଠାର ସହ ଅପେକ୍ଷା କରିଥାନ୍ତି କାରଣ ଏହି ଦିନ “ଶାଗ ଭାତ” ର ଆୟୋଜନ କରାଯାଏ । ଏହି ଦିନ ପାଟରାଣୀ ମାନଙ୍କ ଦ୍ଵାରା ସହସ୍ର ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ । ଆଉ ତାକୁ ପାଟରା ମାନଙ୍କ ଦ୍ୱାରା ପ୍ରଭୁଙ୍କୁ ଭୋଗ ଲଗି କରାଯାଇ ଥାଏ । ପରମ୍ପରା ଅନୁସାରେ ବର୍ଷକରେ କେବଳ ଏହି ଗୋଟିଏ ଦିନ ପ୍ରଭୁ ଜଗନ୍ନାଥଙ୍କ ସେବକ ହିସାବରେ ତିନି ଠାକୁରଙ୍କ ପାଇଁ ଅନ୍ନ ଭୋଗ ଦେଇଥାନ୍ତି । ଆଖାପାଖର ଶହ ଶହ ଲୋକ ଏହି ପାଞ୍ଚ ଦିନ ବ୍ୟାପୀ ଉତ୍ସବକୁ ଉପଭୋଗ କରି ଥାନ୍ତି ।

ଆମେ ସମସ୍ତେ ଜାଣିଛେ ଗହ୍ମା ପୂର୍ଣ୍ଣିମା ଦିନକ ପାଇଁ ପାଳନ କରାଯାଏ । କିନ୍ତୁ ଅଖାଘରସାହିରେ ଏହି ପର୍ବ ବଡ଼ ଧୁମ୍‌ ଧାମରେ ପାଳନ କରାଯାଇଥାଏ । ଯିଏ ଯେଉଁଠି ଥିଲେ ବି ଘରକୁ ଆସି ଏହି ପର୍ବକୁ ପାଳନ୍ କରିଥାନ୍ତି । ଯାହା ସ୍ଥାନୀୟ ଅଞ୍ଚଳରେ ଏକ ଭାଇ ଚାରାର ବାର୍ତ୍ତା ଦେଇ ଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button