ଦେଶ

ବାକି ଶୁଝିଲେନି ପୁଲିସ୍‌ ବାବୁଙ୍କ ପୁଅ; ସାଙ୍ଗ ନେଲା ଜୀବନ – Ibnodisha

[ad_1]

ନୂଆଦିଲ୍ଲୀ : ବାରମ୍ବାର କହିବା ସତ୍ତ୍ୱେ ବାକି ଶୁଝିଲେନି ପୁଲିସ୍‌ ବାବୁଙ୍କ ପୁଅ , ଏଥିରେ ଅତିଷ୍ଟ ହୋଇ ସାଙ୍ଗ ନେଲା ଜୀବନ । ଏପରି ଏକ ଚାଞ୍ଚଲ୍ୟକର ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି। ମୃତକ ହେଲେ ଦିଲ୍ଲୀ ପୁଲିସ୍‌ରେ କାର୍ଯ୍ୟରତ ଜଣେ ଏସିପିଙ୍କ ପୁଅ ୨୬ ବର୍ଷୀୟ ଲକ୍ଷ୍ୟ ଚୌହାନ । ଏହି ଘଟଣାରେ ପୁଲିସ୍‌ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟଜଣକ ସନ୍ଧାନ ଜାରି ରଖିଛି।ଲକ୍ଷ୍ୟ ଜଣେ ଓକିଲ ଭାବେ କାମ କରନ୍ତି। ସେ ବିକାଶ ଭରଦ୍ୱାଜ ନାମକ ବ୍ୟକ୍ତିଙ୍କଠାରୁ କିଛି ଟଙ୍କା ନେଇଥିବା ବେଳେ ଶୁଝିବା ନାଁ ଧରୁ ନ ଥିଲେ। ବିକାଶ ଦିଲ୍ଲୀର ଏକ କୋର୍ଟରେ କ୍ଲର୍କ ଭାବେ କାମ କରୁଥିଲେ।ବିକାଶ ଟଙ୍କା ମାଗିଲେ ଲକ୍ଷ୍ୟ ଶୁଝୁ ନ ଥିବା ବେଳେ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିଲେ। ଏଥିରେ ମନେ ମନେ ଉତ୍ତ୍ୟକ୍ତ ହୋଇ ରହିଥିବା ବିକାଶ ରାଗ ଶୁଝିବା ପାଇଁ ଅପେକ୍ଷାରେ ଥିଲେ। ଏଥିନିମନ୍ତେ ସେ ନିଜ ସାଙ୍ଗ ଅଭିଷେକଙ୍କୁ ଜଣାଇଥିଲେ। ଏହାପରେ ଉଭୟ ଲକ୍ଷ୍ୟଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରୁଥିଲେ।ଗତ ୨୨ ତାରିଖରେ ଲକ୍ଷ୍ୟ ଭିବାନୀରେ ହେଉଥିବା ନିଜର ଜଣେ ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ବାହାରିଥିଲେ। ଉକ୍ତ ଉତ୍ସବରେ ଯିବାକୁ ସେ ବିକାଶଙ୍କୁ ଡାକିଥିଲେ । ବିକାଶ ନିଜ ସାଙ୍ଗ ଅଭିଷେକଙ୍କୁ ସାଙ୍ଗରେ ନେଇ ଯାଇଥିଲେ।ବିବାହ ଉତ୍ସବରେ ଯୋଗ ଦେଇ ୩ ଜଣ ବିଳମ୍ବିତ ରାତିରେ ଦିଲ୍ଲୀ ଫେରିଥିଲେ। ମାତ୍ର ଗାଡ଼ିଟି ମୁନକ ନହର ଅତିକ୍ରମ କରୁଥିବା ବେଳେ ବିକାଶ ଓ ଅଭିଷେକ ଉଭୟଙ୍କୁ ବାହାନା କରି ଗାଡ଼ିରୁ ବାହାରକୁ ଡାକିଥିଲେ। ଏହାପରେ ସେଠାରୁ ସେମାନେ ଲକ୍ଷ୍ୟଙ୍କୁ ତଳକୁ ଠେଲି ଦେଇ ତାଙ୍କ ଗାଡ଼ି ନେଇ ପଳାଇଥିଲେ। ପୁଲିସ୍‌ ଏଯାବତ ମୃତଦେହକୁ ଠାବ କରି ପାରି ନ ଥିବା ବେଳେ ଖୋଜାଖୋଜିକୁ ଜୋରଦାର କରିଛି। ଏଥିସହ ପୁଲିସ୍‌ ବିକାଶଙ୍କୁ ବି ଖୋଜାଖୋଜି କରୁଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button