ଦେଶ

ବର୍ଷକର ଛୁଆକୁ ଧରି ଉଚ୍ଚକୋଠାରୁ ତଳକୁ ଡେଇଁ ପଡ଼ିଲା ମା’…. – Ibnodisha

[ad_1]

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଠାଣେ ସହରରୁ ଶୁକ୍ରବାର ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ତାଙ୍କର ବର୍ଷକ ଛୁଆକୁ କୋଳରେ ଧରି ଏକ ଉଚ୍ଚକୋଠାରୁ ତଳକୁ ଡେଇଁ ଜୀବନ ହାରି ଦେଇଛନ୍ତି । ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ଏହି ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣାରସ୍ଥଳରେ ପହଞ୍ଚି ମହିଳା ଓ ଶିଶୁଙ୍କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇ ତଦନ୍ତ ଆରମ୍ଭ କରିଛି । ପୁଲିସ ସୂତ୍ରରୁ ପ୍ରକାଶ,୨୬ବର୍ଷୀୟ ମହିଳା ପ୍ରିୟଙ୍କା ମୋହିତେ ତାଙ୍କ ସ୍ୱାମୀ ଓ ବର୍ଷକର ପୁଅ ସହିତ ଘୋଡବନ୍ଦର ରୋଡସ୍ଥିତ ଏକ କଲୋନୀରେ ରହୁଥିଲେ । ଅଗଷ୍ଟ ୩୦ରେ ରାଖି ପୂର୍ଣ୍ଣିମା ଥିବାରୁ ପ୍ରିୟଙ୍କା ତାଙ୍କ ଭଉଣୀଙ୍କ ଘରକୁ ଯିବାକୁ ଚାହୁଁଥିଲେ ।

କିନ୍ତୁ ତାଙ୍କ ସ୍ୱାମୀ ଛୁଆକୁ ଧରି ଏତେ ବାଟ ଯିବାକୁ ମନା କରି ଦେଇଥିଲେ । ଏହି ସାମାନ୍ୟ କଥାକୁ ନେଇ ପ୍ରିୟଙ୍କା ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା । ଏଥିରେ ପ୍ରିୟଙ୍କା ରାଗି ଯାଇ ପୁଅକୁ ଧରି କହିଥିଲେ,‘ ଏ ବାବା ମୁଁ ତେତେ ଛାଡ଼ି ରହି ପାରିବି ନାହିଁ କି ମରିବି ପାରିବି ନାହିଁ । ତେଣୁ ତୁ ବି ମୋ ସହିତ ଚାଲ ।’ ସ୍ୱାମୀଙ୍କୁ ଏକଥା କହିବାର କିଛିସମୟ ପରେ ପ୍ରୟଙ୍କା ତାଙ୍କ ବର୍ଷକର ପୁଅକୁ ?କୋଳରେ ଧରି ସେ ରହୁଥିବା ଘରର ବାଲକୋନୀରୁ ତଳକୁ ଡେଇଁ ପଡ଼ିଥିଲେ । ତଳେ ପଡ଼ିବାରୁ ଘଟଣାସ୍ଥଳରେ ହିଁ ମା’ ଓ ପୁଅର ଜୀବନ ଚାଲି ଯାଇଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button