ରାଜ୍ୟ

ତୃତୀୟ ଦିନରେ ୫ଟି ସଚିବଙ୍କ ଯାଜପୁର ଜିଲ୍ଲା ପରିଦର୍ଶନ; ୬୩୭ କୋଟି ବ୍ୟୟରେ ଆଉ ୪ ବ୍ଲକ୍‌ରେ ମେଗା ପାଇପ୍ ପ୍ରକଳ୍ପ – Ibnodisha

[ad_1]

ଭୁବନେଶ୍ୱର: ଯାଜପୁର ମେଡିକାଲ କଲେଜ ଆସନ୍ତା ଶିକ୍ଷାବର୍ଷରେ କାର୍ଯ୍ୟକ୍ଷମ ହେବ । ଯାଜପୁର ଜିଲ୍ଲାର ଆଉ ଚାରି ଅର୍ଥାତ ବରୀ, କୋରେଇ, ସୁକନ୍ଦା ଓ ଦାନଗଦି ବ୍ଲକ୍‌ରେ ଚାଲିଛି ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ । ଏଥିପାଇଁ ୬୩୭ କୋଟି ଟଙ୍କା ଅର୍ଥ ବ୍ୟବସ୍ଥା ହୋଇଛି । ଏହି ପ୍ରକଳ୍ପଗୁଡ଼ିକ ଫେବୃଆରୀ ୨୦୨୪ରୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକ୍ଷମ ହେବ । ସେହିପରି ୨୮୭ କୋଟି ବ୍ୟୟରେ ଜିଲ୍ଲାରେ ମେଗା ଉଠା ଜଳସେଚନ ପ୍ରକଳ୍ପ ହୋଇଛି । ତାହା ମଧ୍ୟ ଡିସେମ୍ବର ୨୦୨୩ରୁ କାର୍ଯ୍ୟକ୍ଷମ ହେବ । ଏହି ସୂଚନା ଦେଇଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫ଟି ସଚିବ ଶ୍ରୀ ପାଣ୍ଡିଆନ ଶୁକ୍ରବାର ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଛନ୍ତି । ଏହି ଅବସରରେ ସେ ଜିଲ୍ଲାର ବିଭିନ୍ନ ସ୍ଥାନରେ ମିଶନ ଶକ୍ତି ମହିଳା, କମ୍ୟୁନିଟି ଷ୍ଟାଫ୍‌, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ବିଭିନ୍ନ ସଂଗଠନର ପ୍ରତିନିଧି ଓ ଚାଷୀମାନଙ୍କୁ ଭେଟି ଅଭିଯୋଗପତ୍ର ଗ୍ରହଣ କରିବା ସହ ଧାର୍ଯ୍ୟ ସମୟରେ ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଶ୍ରୀ ପାଣ୍ଡିଆନ ଯାଜପୁରର ଆରାଧ୍ୟା ଦେବୀ ମା’ବିରାଜ ମନ୍ଦିର ପରିଦର୍ଶନ କରି ସେଠାରେ ସେବାୟତ, ଟ୍ରଷ୍ଟି ସଦସ୍ୟ ଓ ସାଧାରଣ ଜନତାଙ୍କ ସହ ମନ୍ଦିରର ବିକାଶ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ପରେ ନିକଟସ୍ଥ ମିଶନ୍ ଶକ୍ତି କାଫେ ଓ ମିଶନ ଶକ୍ତି ଜିଲ୍ଲା ଫେଡେରେସନ୍ କାର୍ଯ୍ୟାଳୟ ପରିଦର୍ଶନ କରି ସଦସ୍ୟମାନଙ୍କ ସହ କଥାବାର୍ତ୍ତା କରବା ସହ ମହିଳା ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପ୍ରାଥମିକତା ଦେଇଛନ୍ତି ବୋଲି ପ୍ରକାଶ କରିଛନ୍ତି । ଏହା ପରେ ସେ ଯାଜପୁରରେ ନିର୍ମାଣାଧୀନ ମେଡିକାଲ୍ କଲେଜ ପ୍ରୋଜେକ୍ଟ ସାଇଟ୍ ପରିଦର୍ଶନ କରି ଆସନ୍ତା ଶିକ୍ଷାବର୍ଷରେ କାର୍ଯ୍ୟକ୍ଷମ ହେବ ।

ସେଥିପାଇଁ ଜାତୀୟ ଚିକିତ୍ସା ଆୟୋଗ (ଏନ୍‌ଏମ୍‌ସି)ର ଯାଞ୍ଚ ପାଇଁ ଏକାଡେମିକ୍ ବ୍ଲକ୍ ଖୁବ୍‌ଶୀଘ୍ର ପ୍ରସ୍ତୁତ ହେବ ବୋଲି ସ୍ପଷ୍ଟ କରିଛନ୍ତି । ଅନ୍ୟପକ୍ଷରେ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରି ଶ୍ରୀ ପାଣ୍ଡିଆନ ସଠିକ୍ ସମୟରେ ସମାପ୍ତି ଓ ସେବା ଗୁଣବତ୍ତା ନିଶ୍ଚିତ କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଉ କିଛି ପ୍ରକଳ୍ପ ପାଇଁ ମଧ୍ୟ ଶ୍ରୀ ପାଣ୍ଡିଆନ ଅର୍ଥ ଘୋଷଣା କରିଛନ୍ତି । ପାଣିକୋଇଲିରେ ଟ୍ରମା ସେଣ୍ଟର, ୫୩ କୋଟି ବ୍ୟୟରେ ତନ୍ତଘାଇ ନଦୀରେ ହାଇଲେଭଳି ବ୍ରିଜ, ସୁକିନ୍ଦା ଓ ଦାନଗଦୀ ଖଣି ଇଲାକାରେ ଗ୍ରୀନ ବେଲ୍ଟ ପାଇଁ ୫୪ କୋଟି ବ୍ୟୟ ହେବ । ସେହିପରି ବରୁଆଁ-ବରୀ-କଳମଘାଟି ରୋଡ୍ ପାଇଁ ୧୨୪ କୋଟି, ବ୍ୟାସନଗର ମ୍ୟୁନିସପାଲିଟି ପାଇଁ ୨୭ କୋଟି ଅର୍ଥ ବ୍ୟବସ୍ଥା ହୋଇଛି । ଉକ୍ତ ଗସ୍ତକାଳରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ୍ କୃଷ୍ଣ, ଜିଲ୍ଲାପାଳ ସତ୍ୟବ୍ରତ ରାଠୋର, ଏସ୍‌ପି ଭିନିତ ଅଗ୍ରୱାଲ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରର ଅଧିକାରୀମାନେ ସାମିଲ ଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button