ସତୀଶ ବିଶ୍ୱାଳ ହେଲେ ଓଡିଶା ରାଜ୍ୟ ଏଡସ କର୍ମଚାରୀ କଲ୍ୟାଣ ସଂଘ କାର୍ଯ୍ୟକାରୀ ସଭାପତି

IBN ଓଡିଶା(ବ୍ୟୁରୋ):- ଓଡିଶା ରାଜ୍ୟ ଏଡସ କର୍ମଚାରୀ କଲ୍ୟାଣ ସଂଘର କାର୍ଯ୍ୟକାରୀ ସଭାପତି ଭାବେ ବି.ଜେ.ଡି ଯୁବନେତା ତଥା ସମାଜସେବୀ ସତୀଶ ବିଶ୍ୱାଳ ସର୍ବସମ୍ମତକ୍ରମେ ମନୋନୀତ ହୋଇଛନ୍ତି । ଏଥିନେଇ ଓଡିଶା ରାଜ୍ୟ ଏଡସ କର୍ମଚାରୀ ସଂଘ ତରଫରୁ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସାଧାରଣ ସଂପାଦକ ଦଃୁଖିଶ୍ୟାମ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି । ସତୀଶ ଶ୍ରମିକ କଲ୍ୟାଣ ତଥା ସମାଜର ଦଃୁସ୍ଥ ଅବହେଳିତ ବର୍ଗର ସ୍ୱାର୍ଥରକ୍ଷା କ୍ଷେତ୍ରରେ ଦୀର୍ଘଦିନ ଧରି କାର୍ଯ୍ୟ କରିବା ସହ ଏଥିପାଇଁ ୧୭ ଟି ରାଜ୍ୟ ସ୍ତରୀୟ ସମ୍ମାନ ପାଇଛନ୍ତି । ଏହାସହ ପାହାଡ ପର୍ବତ ଏବଂ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ଜଣେ ସାମ୍ବାଦିକ ଏବଂ ସ୍ତମ୍ବକାର ଭାବେ ସୁନାମ ଅର୍ଜନ କରିଥିବା ସତୀଶ ୩ ଥର ରାଜ୍ୟର ଶ୍ରେଷ୍ଠ ସାମ୍ବାଦିକ ସମ୍ମାନ ପାଇଛନ୍ତି । ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏଡସ ନିରାକରଣ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀଙ୍କ ତରଫରୁ ସତୀଶଙ୍କୁ ସମ୍ବର୍ଦ୍ଧନା ଜଣାଯିବା ସହ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ଏହି କର୍ମଚାରୀମାନେ କରୋନା ନିରାକରଣ କ୍ଷେତ୍ରରେ ସରକାରଙ୍କ ତରଫରୁ ଦିଆଯାଇ ଥିବା ଦାୟୀତ୍ୱ ନିଷ୍ଠାର ସମ୍ପାଦନ କରିଛନ୍ତି । ହେଲେ କରୋନା ମୁକାବିଲା କ୍ଷେତ୍ରରେ ଅନ୍ୟ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ଭଳି ଏହି କର୍ମଚାରୀଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ପ୍ରଦାନ କରାନଯିବା ଦଃୁର୍ଭାଗ୍ୟଜନକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟ ବିଭାଗର ପ୍ରତିଟି ସମସ୍ୟା ପ୍ରତି ଗୁରୁତ୍ୱ ଦେଉଥିବାରୁ ଏହି କର୍ମଚାରୀଙ୍କ ସମସ୍ୟା ପ୍ରତି ନିଶ୍ଚୟ ଗୁରୁତ୍ୱ ଦେବେ ବୋଲି ସତୀଶ ପ୍ରକାଶ କରିଛନ୍ତି । ଏଥିନେଇ ସରକାରଙ୍କ ପାଖରେ ଦାବି ଉପସ୍ଥାପନ ସହ ଅନ୍ୟାନ୍ୟ ସମସ୍ୟା ନେଇ ଦାବି ଉପସ୍ଥାପନ କରାଯିବ ବୋଲି ସତୀଶ ମତ ପ୍ରକାଶ କରିଛନ୍ତି । ସେ ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ମଧୁପୁରଗଡ ପଂଚାୟତ ଭୁବନପୁର ଗ୍ରାମର ବରିଷ୍ଠ ବି.ଜେ.ଡି ସଂଗଠକ ତଥା ସମାଜସେବୀ ସନ୍ତୋଷ ବିଶ୍ୱାଳଙ୍କ ପୁଅ ।