ନକଲି ଜର୍ଦ୍ଦା ଜବତ, ୩ ଅଟକ

IBN ଓଡିଶା:-(ଯାଜପୁର,ଜେନାପୁର) : ଯାଜପୁର ଜିଲ୍ଲା ଜେନାପୁର ଥାନା ମାଳହାଟ ଅଞ୍ଚଳରେ ନକଲି ଜର୍ଦ୍ଦା କାରଖାନା ଠାବ। ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ ସହ ବିଭିନ୍ନ ସରଞ୍ଜାମ ଜବତ। ଆଜି ପୋଲିସ ଚଢ଼ାଉ କରି ଲକ୍ଷାଧିକ ଟଙ୍କା ମୂଲ୍ୟର ନକଲି ଜର୍ଦ୍ଦା ଓ ଯନ୍ତ୍ରାଂଶ ଜବତ କରିବା ସହ ଏହି ବେଆଇନ କାରବାରରେ ସମ୍ପୃକ୍ତ ୩ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।ମାଳହାଟ ଗ୍ରାମରେ ନକଲି ଜର୍ଦ୍ଦା ପ୍ରସ୍ତୁତ ହେଉଥିବା ଯାଜପୁର ଏସଡିପିଓ ଚିନ୍ମୟ କୁମାର ନାୟକ ଖବର ପାଇ ଆଜି ଭୋର ସମୟରେ ଏହି ଚଢାଉ କରିଥିଲେ। ନାମୀଦାମୀ କମ୍ପାନୀ ଲୋଗୋ ବ୍ୟବହାର କରି ନକଲି ଜର୍ଦ୍ଦା ପ୍ରସ୍ତୁତ ସହ ବ୍ୟବସାୟୀମାନେ ବଜାରରେ ବିକ୍ରି କରି ବେଶ ମୁନାଫା କମାଇଥାନ୍ତି।କିଛି ଦିନ ତଳେ ଛତିଆ ବିଦ୍ୟାଧରପୁର ଅଞ୍ଚଳରୁ ଏସଟିଏଫ ଚଢ଼ାଉ କରି ବିପୁଳ ପରିମାଣରେ ନକଲି ଜର୍ଦ୍ଦା ଓ ଯନ୍ତ୍ରାଂଶ ଜବତ କରିଥିଲା। ତେବେ ଦୀର୍ଘ ଦିନ ଧରି ସମ୍ପୃକ୍ତ ଅଞ୍ଚଳରେ ବ୍ୟବସାୟୀମାନେ ଏହି ବେଆଇନ କାରବାର ଚଳାଇ ଆସୁଥିବା ବେଳେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।