ଅପରାଧ

ଗୋଟିଏ ପରିବାରର ୫ ଜଣଙ୍କ ମୃତ ଦେହ ଉଦ୍ଧର – Ibnodisha

[ad_1]

କେରଳ : କେରଳସ୍ଥିତ କୋଟାୟାମ ଜିଲ୍ଲାର ପାଲା ଅଞ୍ଚଳ ଅନ୍ତର୍ଗତ ଆକାଲାକୁନ୍ନମ ଏନଜାନ୍ଦୁପରା ଅଞ୍ଚଳରେ ଗୋଟିଏ ଭଡା ଘରୁ ସନ୍ଦେହଜନକ ଭାବେ ଗୋଟିଏ ପରିବାରର ୫ ଜଣଙ୍କ ମୃତ ଦେହ ଉଦ୍ଧର କରାଯାଇଛି। ପୋଲିସର ପ୍ରଥାମିକ ତଦନ୍ତ ଅନୁସାରେ, ପରିବାରର ମୁଖ୍ୟ ଜୈସନ୍ ଥୋମାସ୍ ପ୍ରଥମେ ନିଜ ସ୍ତ୍ରୀ ମିରିନାକୁ ହତ୍ୟା କରିବା ପରେ ତାଙ୍କର ୩ ଶିଶୁଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ଘଟଣାସ୍ଥଳରୁ ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ପୋଲିସ। ତେବେ ଜେସନ୍ ଥୋମାସଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ ମାଆ ମିରିନା ଏବଂ ତିନି ଶିଶୁଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଶିଶୁମାନେ ହେଲେ ୪ ବର୍ଷୀୟ ଜେରାଲ୍ଡ, ୨ ବର୍ଷୀୟ ଜୀରିନା ଏବଂ ଜଣେ ୭ ମାସିଆ ଶିଶୁ । ଜୈସାନ ଥୋମାସ୍ ଏକ ରବର ଫ୍ୟାକ୍ଟ୍ରିରେ ଏକ ଡ୍ରାଇଭର ଭାବେ କାର୍ଯ୍ୟରତ ଥିଲେ। ତେବେ ଘଟଣା ସମ୍ପର୍କରେ ସୂଚନା ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠେଇଛି। ତେବେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି।

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button