ଅପରାଧ

ଗେମ୍ ଖେଳି ଯୁବକ ସାଜିଲା ପାଗଳ, ଅଷ୍ଟମ ଶ୍ରେଣୀ ଛାତ୍ରର କାଟିଲା ତଣ୍ଟି – Ibnodisha

[ad_1]

ବ୍ରଜରାଜନଗର: ଗେମ୍ ଖେଳି ଯୁବକ ସାଜିଲା ପାଗଳ, ଅଷ୍ଟମ ଶ୍ରେଣୀ ଛାତ୍ରର କାଟିଲା ତଣ୍ଟି । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କର୍ଲାଜୁରି ଗାଁର ଭୋଏରମୁଣ୍ଡା ପୋଖରୀ ତୁଠରେ ମଙ୍ଗଳବାର ଉକ୍ତ ଗାଁର ନାବାଳକ ତଥା ଅଷ୍ଟମ ଶ୍ରେଣୀ ଛାତ୍ର ବିବେକ ଲୁହାଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଥିଲା। ଉକ୍ତ ଘଟଣାରେ ଆଜି ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ମୋବାଇଲ୍‌ରେ ଆସୁଥିବା ‘ଫ୍ରି ଫାୟାର’ ନାମକ ଏକ ଗେମ୍ ଖେଳି ଅଭିଯୁକ୍ତ ସର୍ବଦା ହତ୍ୟା ମନସ୍କ ରହୁଥିବା ବେଳେ ଗତକାଲି ଏହି କାଣ୍ଡ ଭିଆଇଥିବା ପୁଲିସ୍ କହିଛି। ଏହି ଘଟଣାରେ ପୁଲିସ୍ ଅଭିଯୁକ୍ତ ବିକାଶ ଦିଶ୍ରୀକୁ ଗିରଫ କରିବା ସହ ତା ଘରୁ ହତ୍ୟାରେ ବ୍ୟବହୃତ ଏକ ଚାପଡ଼, ବିକାଶ ଆଙ୍କିଥିବା କିଛି ଭୂତ ଫଟୋ ଜବତ କରିଛି। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।ପୁଲିସର କହିବାନୁସାରେ ମୃତ ବିବେକ ଓ ବିକାଶ ପୋଖରୀକୁ ଯାଇ ମାଛ ଧରୁଥିଲେ। ଉଭୟଙ୍କ ମଧ୍ୟରେ କିଛି କାରଣକୁ ନେଇ ଗତକାଲି ଝଗଡ଼ା ହେବା ପରେ ବିକାଶ ଏକ ଚାପଡ଼ରେ ଗାଁ ପୋଖରୀ ଭିତରେ ବିବେକଙ୍କ ବେକକୁ କାଟି ଘରକୁ ଫେରି ଆସିଥିଲା। ଘରକୁ ଫେରି ଚାପଡ଼କୁ ପାଣି ଡ୍ରମ ପଛ ପାର୍ଶ୍ୱରେ ଲୁଚାଇ ରଖିଥିଲା। ମାଛ ଧରିବାକୁ ଯାଇ ବିବେକ ଘରକୁ ଫେରିବାରେ ବିଳମ୍ବ ହେବାରୁ ଅପରାହ୍ନ ୩ଟାରେ ତାଙ୍କ ଅଜା ସନ୍ତୋଷ ଲୁହା ଖୋଜିବାକୁ ଯାଇ ଘାଟରେ ମୃତଦେହ ଦେଖିଥିଲେ। ସେପଟେ, ବିକାଶ ଜଣେ ଫ୍ରି ଫାୟାର ଗେମ୍‌ ଖେଳାଳି। ମୋବାଇଲରେ ଏଭଳି ଗେମ ଖେଳି ସେ ଏକ ପ୍ରକାର ପାଗଳ ହୋଇଯାଇଥିଲା। ତା ଘରୁ ପୁଲିସ କିଛି ଭୂତ, କେହି କାହାକୁ ମାରିଦେବା ଭଳି ଚିତ୍ର ଜବତ କରିଛି। ତେଣୁ ବିବେକଙ୍କୁ ହତ୍ୟା କରିବାକୁ ଯୋଜନା କରି ସେ ସାଥୀରେ ଚାପଡ଼ ନେଇ ଯାଇଥିବା ବି ସନ୍ଦେହ କରାଯାଉଛି ବୋଲି ପୁଲିସ କହିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button