ଯୁବତୀଙ୍କ ଝୁଲନ୍ତା ଶବ ଜବତ ମାମଲା; ପୁରୁଷ ବନ୍ଧୁଙ୍କୁ ପୁଲିସର ଜେରା – Ibnodisha
[ad_1]
ଭୁବନେଶ୍ୱର: ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ କଳ୍ପନା ଛକରେ ଥିବା ଦୀପାଳି ଡ୍ୟାନ୍ସ ବାର ଓ ଲଜରୁ ଶୁଭଲକ୍ଷ୍ମୀ ସାହୁ ନାମକ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଶନିବାର ଲଜ ରୁମରୁ ଜବତ ହୋଇଥିଲା । ଏହି ମାମଲାରେ ପୁଲିସ ତାହାର ଖୋଳତାଡ଼ ଜାରି ରଖିଛି । ଏହି ମାମଲାରେ ପୁଲିସ ସୋମବାର ମୃତ ଶୁଭଲକ୍ଷ୍ମୀଙ୍କ ପୁରୁଷ ବନ୍ଧୁ ହଳଦୀପଡ଼ିଆର ସଞ୍ଜୟ ଦାସଙ୍କୁ ଥାନାକୁ ଡାକି ମାରାଥନ ଜେରା କରିଛି ।
ଏଥିସହ ସଞ୍ଜୟଙ୍କ ବୟାନକୁ ମଧ୍ୟ ୧୬୧ ଆଧାରରେ ରେକର୍ଡ କରାଯାଇଛି । ମୃତ ଶୁଭଲକ୍ଷ୍ମୀଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ଯାଞ୍ଚ ବେଳେ ସଞ୍ଜୟଙ୍କ ସହ ତାଙ୍କର ଏକାଧିକ ଫଟୋକୁ ପୁଲିସ ଦେଖବାକୁ ପାଇଥିଲା । ତେଣୁ ସଞ୍ଜୟଙ୍କ ସହ ମୃତ ଶୁଭଲକ୍ଷ୍ମୀଙ୍କର କ’ଣ ସମ୍ପର୍କ ରହିଛି ତାହାର ସବିଶେଷ ତଥ୍ୟ ଜାଣିବା ନିମନ୍ତେ ତାଙ୍କୁ ଥାନାକୁ ଡାକି ପଚରାଉଚରା କରାଯାଇଥିବା ପୁଲିସ ସୂଚନା ଦେଇଛି । ଏଥିସହ ଏହି ମାମଲାରେ ଆଗାମୀ ଦିନରେ ପୁଲିସ ଶୁଭଲକ୍ଷ୍ମୀଙ୍କ ଅନ୍ୟ ବନ୍ଧୁମାନଙ୍କୁ ମଧ୍ୟ ପର୍ଯ୍ୟାୟକ୍ରମେ ଥାନାକୁ ଡାକି ଜେରା କରାଯିବ ବୋଲି କୁହାଯାଇଛି । ପୁଲିସର ପ୍ରାଥମିକ ଅନୁସନ୍ଧାନରୁ ଏହା ଜଣାପଡ଼ିଛି ଯେ, ଯଦିଓ ମୃତ ଶୁଭଲକ୍ଷ୍ମୀ କମଳା ନେହେରୁ କଲେଜରେ ପାଠ ପଢ଼ୁଥିଲେ । କିନ୍ତୁ ସେ ଆଦୌ କଲେଜ ଯାଉ ନ ଥିଲେ ।
ତେଣୁ ସେ ଗାଁରୁ ଆସି କେଉଁଠି ରହୁଥିଲେ ଏବଂ ସେ ଉକ୍ତ ବାରରେ ଡ୍ୟାନ୍ସ ଗାର୍ଲ ଭାବେ ସତରେ କାମ କରୁଥିଲେ କି ନାହିଁ ତାହାର ଖୋଳତାଡ଼ ପୁଲିସ ଜାରି ରଖିଛି । ଏହାକୁ ଦୃଷ୍ଟିରେ ରଖି ପୁଲିସ ସୋମବାର ମୃତଦେହ ମିଳିଥ୍ଖବା ଲଜ ଦୀପାଳିର କିଛି କର୍ମଚାରୀଙ୍କୁ ମଧ୍ୟ ଥାନାକୁ ଡାକି ଜେରା କରିଛି । ତେବେ ମୃତ ଶୁଭଲକ୍ଷ୍ମୀଙ୍କ ମୋବାଇଲ ଫୋନଟିକୁ ଫରେନ୍ସିକ ଲ୍ୟାବକୁ ପଠାଯାଇଥିବା ବେଳେ ସେଠାରୁ ଏହାର ସବିଶେଷ ରିପୋର୍ଟ ମିଳିବା ପରେ ତଦନ୍ତରେ ଅଗ୍ରଗତି ହୋଇପାରିବ ।
[ad_2]