ଅପରାଧ

ମଦ ପିଇ ବିମାନ ଚଳାଉଥିଲେ ପାଇଲଟ୍‌ ; ଚାକିରିରୁ ବହିଷ୍କାର କଲା ଏୟାର୍‌ ଇଣ୍ଡିଆ – Ibnodisha

[ad_1]

ନୂଆଦିଲ୍ଳୀ : ଘରୋଇ ବିମାନ କମ୍ପାନି ଏୟାର୍‌ ଇଣ୍ଡିଆର ଜନୈକ ପାଇଲଟ୍‌ ମଦ ପିଇ ବିମାନ ଚଳାଇଥିବା ଜଣାପଡ଼ିବା ପରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଟାଟା ଗ୍ରୁପ୍‌ ପରିଚାଳିତ ଏୟାର୍‌ ଇଣ୍ଡିଆ ପକ୍ଷରୁ ମିଳିଥିବା ସୂଚାନାନୁସାରେ, ଫୁକେଟ୍‌ରୁ ଭାରତ ଚଳାଚଳ କରୁଥିବା ବିମାନ ଭାରତରେ ଅବତରଣ କରିବା ପରେ ଉକ୍ତ ପାଇଲଟ୍‌ଙ୍କ ଶ୍ବାସ ପରୀକ୍ଷଣ କରାଯାଇଥିଲା। ପରୀକ୍ଷଣରେ ସେ ମଦ ପିଇଥିବା ଜଣାପଡ଼ିଥିଲା। ଏହାପରେ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯିବା ସହ ତାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରାଯାଇଛି। ଏନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟକୁ ମଧ୍ୟ ସୂଚିତ କରାଯାଇଛି ବୋଲି ସୂଚନାରେ ଦର୍ଶାଯାଇଛି। ସୂଚନାଯୋଗ୍ୟ, ଯଦିଓ ଭାରତରେ ବିମାନ ଚଳାଇବା ସମୟରେ ମଦ ପିଇବା ଏକ ଦଣ୍ଡନୀୟ ଅପରାଧ, ତେବେ ଆନ୍ତର୍ଜାତିକ ବିମାନଗୁଡ଼ିକରେ ଏହି କଟକଣା ନାହିଁ। ଭାରତରେ ମଦ ପିଇ ବିମାନ ଚଳାଉଥିବା ପାଇଲଟଙ୍କୁ ପ୍ରଥମ ଅପରାଧରେ ତିନିମାସ ପାଇଁ ବିମାନ ଚଳାଇବା ପଞ୍ଜୀକରଣ ବାତିଲ କରାଯାଇଥ‌ାଏ। ୨୦୨୩ର ପ୍ରଥମାର୍ଦ୍ଧରେ ୩୩ ଜଣ ପାଇଲଟ୍‌ ମଦ ପିଇ ଧରାପଡ଼ିଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button