ସୀମା ଟପିଲା ପାଶବିକତା: ବୃଦ୍ଧାଙ୍କୁ ଦୁଷ୍କର୍ମ ପରେ ବ୍ଲେଡରେ କଟିଦେଲେ ଓଠ – Ibnodisha

[ad_1]
ନୂଆଦିଲ୍ଲୀ: ରାଜଧାନୀରେ ସୀମା ଡେଇଁଲା ପାଶବିକତା । ଯୌନ ଲାଳସା ପୁରା କରିବାକୁ ୮୫ ବର୍ଷୀୟା ବୃଦ୍ଧାଙ୍କୁ ବି ଛାଡିଲାନି କାମାନ୍ଧ ମଣିଷ । ଦିଲ୍ଲୀରେ ଜଣେ ୮୫ ବର୍ଷୀୟା ବୃଦ୍ଧ ମହିଳାଙ୍କୁ ଦୁଷ୍କର୍ମ କରାଯାଇଛି । ଜଣେ ୨୮ ବର୍ଷୀୟ ଯୁବକ ଏହି ପାଶବିକ କାଣ୍ଡ ଭିଆଇଛି । ସେ ବୃଦ୍ଧାଙ୍କୁ ଦୁଷ୍କର୍ମ କରିବା ସହିତ ବ୍ଲେଡରେ ତାଙ୍କର ଓଠ କାଟି ଦେଇଥିବାର ମଧ୍ୟ ଜଣାପଡିଛି । ଏନେଇ ଦିଲ୍ଲୀ ମହିଳା କମିଶନର ସିଟି ପୋଲିସକୁ ଏକ ନୋଟିସ୍ ଜାରି କରିବା ପରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ, ଦିଲ୍ଲୀର ଶକୁରପୁର ଅଞ୍ଚଳରେ ଘଟଣା ଘଟିଛି । ୮୫ ବର୍ଷୀୟା ପୀଡିତା ବୃଦ୍ଧା ଗୋଟିଏ ବସ୍ତିରେ ଏକାକୀ ରହୁଥିଲେ ।
ଗତକାଲି ଭୋର୍ ୪ଟା ବେଳେ ବୃଦ୍ଧା ଶୋଇଥିବା ସମୟରେ ଅଭିଯୁକ୍ତ ଯୁବକ ତାଙ୍କ ଘର ଭିତରେ ପଶି ଦୁଷ୍କର୍ମ କରିଥିଲା । ଏତିକିରେ ତା’ର ବର୍ବରତା ସରିନଥିଲା । ଅଭିଯୁକ୍ତ ଦୁଷ୍କର୍ମ କରିବା ସହିତ ବୃଦ୍ଧାଙ୍କ ମୁହଁକୁ ମୁଥା ମାରିଥିଲା ଏବଂ ବ୍ଲେଡରେ ଓଠକୁ କାଟି ଦେଇଥିଲା । ଏହାପରେ ତାଙ୍କର ତଣ୍ଟି ଚିପି ଦେଇଥିଲା । ଏଥିରେ ପୀଡିତାଙ୍କ ଗୁପ୍ତାଙ୍ଗ ସହ ସାରା ଶରୀରରେ ଗଭୀର ଆଘାତ ଲାଗିଥିବା ପୋଲିସ ଜଣାଇଛି । ଶକୁରପୁର ଅଞ୍ଚଳରେ ସକାଳ ୪ଟା ବେଳେ ଜଣେ ୮୫ ବର୍ଷୀୟା ବୃଦ୍ଧାଙ୍କ ଘରେ ପଶି ତାଙ୍କୁ ଦୁଷ୍କର୍ମ କରାଯାଇଛି । ପୀଡିତାଙ୍କୁ ଭେଟି ତାଙ୍କର କ୍ଷତ ଦେଖିବା ପରେ ମୋ ଛାତି ଥରିଗଲା । ୮ ମାସର ଶିଶୁ ହେଉକି ୮୫ ବର୍ଷୀୟା ବୃଦ୍ଧା ମାଆ, ସମସ୍ତେ ପାଶବିକତାର ଶିକାର ହେଉଛନ୍ତି । କେହି ସୁରକ୍ଷିତ ନାହାନ୍ତି । ତେବେ ଘଟଣାରେ ଦିଲ୍ଲୀ ପୋଲିସ ୨୮ ବର୍ଷୀୟ ଅଭିଯୁକ୍ତକୁ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।
[ad_2]