ଅପରାଧ

ବିବାହର କଥା ଦେଇ ନାବାଳିକା ସହ ଶାରୀରିକ ସଂପର୍କ ରଖିଥିଲେ ଏହି ଏଏସଆଇ ଓ ହୋମଗାର୍ଡ – Ibnodisha

[ad_1]

ଭୁୁବନେଶ୍ୱର: ଖାକିରେ ଲାଗିଲା ଦାଗ । ପୃଥକ ପୃଥକ ନାବାଳିକା ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲ ଏଏସଆଇ ଓ ହୋମଗାର୍ଡ। ସୂଚନା ଅନୁସାରେ ଏଏସଆଇ ଆନନ୍ଦ ମାଝୀ ସ୍ତ୍ରୀଙ୍କ ମୃତ୍ୟୁ ପରେ ଯାମଦା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ନିଜ ଘରର ପୁଅଝିଅକୁ ଦେଖାଶୁଣା କରିବା ପାଇଁ ରଖିଥିଲେ। ତେବେ ନାବାଳିକାଙ୍କୁ ଏଏସଆଇ ଆନନ୍ଦ ମାଝୀ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଥିବାର ଅଭିଯୋଗ ହୋଇଥିଲା । ଏ ନେଇ ନାବାଳିକାଙ୍କ ପିଉସୀ ଏତଲା ଦେଇଥିଲେ । ନାବାଳିକାଙ୍କ ବୟାନ ରେକର୍ଡ ସହ ଅଭିଯୁକ୍ତ ଆନନ୍ଦ ମାଝୀ ଙ୍କ ରାଇରଙ୍ଗପୁର ଡାକ୍ତରଖାନାରେ ଡାକ୍ତରୀ ପରୀକ୍ଷା ହୋଇଥିଲା । ପରେ ପୋକସୋ ଆକ୍ଟ ଅନୁଯାୟୀ ଏଏସଆଇଙ୍କୁ ଗିରଫ କରି ବାରିପଦା ସ୍ଥିତ ପୋକ୍ସୋ କୋର୍ଟ ଚାଲାଣ କରାଯାଇଛି । ପୂର୍ବରୁ ଗୁଣିଗାରେଡି ଆଳରେ ଜାମଦା ଥାନାର ହୋମଗାର୍ଡ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ ହୋଇଥିଲେ । ସେପଟେ ସୁନ୍ଦରଗଡ଼ ପୁଟୁଡିହି ଜଙ୍ଗଲରେ ଗଣଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button