ରାଜ୍ୟ

ରୋଗୀଣା ମା’ର ସେବା କରୁଛି ଦିବ୍ୟାଙ୍ଗ ଝିଅ – Ibnodisha

[ad_1]

ଭୁୁବନେଶ୍ୱର: ମଣିଷ ଜୀବନ । କେତେବେଳେ କଣ ଘଟିବ କହିବା ଅସମ୍ଭବ । ପରିସ୍ଥିତି ଆଣି କେଉଁଠୁ କେଉଁଠି ପହଁଚାଇବ କିଏ ବା କହିବ। ଯିଏ ଘରର ବୋଝକୁ ନିଜ ମୁଣ୍ଡକୁ ନେଇ ଦୁଃଖ କଷ୍ଟରେ ନିଜ ସଂସାର ରଥକୁ ଆଗେଇ ନେଉଥିଲେ ସେ ଆଜି ଶଯ୍ୟାସାୟୀ । ଇଏ କେଉଁ ଉପାନ୍ତ ଅଂଚଳ କଥା ନୁହେଁ ବରଂ ଉପକୂଳ ଅଂଚଳ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ବଡପଡା ପଂଚାୟତର ସାହୁପଡା ଗ୍ରାମର ୭୫ ବର୍ଷ ବୟସ୍କା ସରୋଜିନୀ ମହାନ୍ତି ଓ ତାଙ୍କ ୪୦ ବର୍ଷ ବୟସ୍କା ଦିବ୍ୟାଙ୍ଗ ଝିଅ ଶଶିକଳାଙ୍କ ଜୀବନ ଓ ଯାତନାର କଥା। ଏ କାହାଣୀ ଯେତିକି ଲମ୍ୱା ସେତିକ ମଧ୍ୟ ଯନ୍ତ୍ରଣାଦାୟକ।
ଗତ ୨୦ ବର୍ଷ ତଳୁ ସରୋଜିନୀଙ୍କ ସ୍ଵାମୀ ପାରେଶ୍ଵର ମହାନ୍ତି ରୋଗରେ ପଡି ମୃତ୍ୟୁବରଣ କରିବା ପରେ ବିଧବା ସରୋଜିନୀ ନିଜର ଦିବ୍ୟାଙ୍କ ଝିଅ ଶଶିକଳାଙ୍କୁ ଲାଳନ ପାଳନ କରିବା ସହିତ ପର ଘରେ କାମ ପାଇଟି କରି ନିଜର ଗୁଜରାଣ ମେଣ୍ଟାଇ ଆସୁଥିଲେ। ଘରଡିହ କୁ ଛାଡି ଜମିବାଡି ନଥିବାରୁ ଜୀବିକା ନିର୍ବାହ କରିବା ଯେତିକି କଷ୍ଟକର ଥିଲା ଜନ୍ମରୁ ମାନସିକ ଅନଗ୍ରସର ଦିବ୍ୟାଙ୍ଗ ଝିଅକୁ ପାଳି ପୋଷି ବଡ କରିବା ସେତିକି ସଂଘର୍ଷ ପୂର୍ଣ୍ଣଥିଲା। ତେବେ ସରୋଜିନୀ ଜୀବନ ଯୁଦ୍ଦରେ ହାରିଯାଇ ନଥିଲେ । ଜୀବନ ଜିଇଁବା ପାଇଁ ସଂଘର୍ଷ ଭିତରେ ନିଜ ସ୍ଵାମୀଙ୍କ ମୃତ୍ୟୁ ଯନ୍ତ୍ରଣା ଭୁଲିବାକୁ ଚେଷ୍ଟା କରି ଆସିଥିବା ସରୋଜିନୀ କିନ୍ତୁ ଜୀବନ ଯୁଦ୍ଧରେ ହାରିଗଲେ।
ଆଜକୁ ୪ରୁ ୫ ମାସ ତଳେ ସ୍ଥାନୀୟ କଣ୍ଟାବଣ ହାଟବଜାରକୁ ସଉଦା କିଣି ଘରକୁ ତରତର ହୋଇ ଫେରୁଥିଲେ ସରୋଜିନୀ। ଘରେ ଦିବ୍ୟାଙ୍ଗ ଝିଅକୁ ଏକାକୀ ଛାଡିଯାଇଥିବାରୁ ମନ ତାଙ୍କର ଅସ୍ଥିର ହେଉଥିଲା । ଦିନ ପ୍ରାୟ ୧୧ଟା ହେବ । ଘରେ ପହଁଚିଂବାକୁ ଆଉ ଅଳ୍ପ ଦୂର ଥାଏ । ସେହି ସଲା ଆଉ ସଂଗେ ସଂଗେ ବାମଗୋଡ ଓ ବାମହାତ ଅଚଳ ହୋଇ ଯାଇଥିଲା। ସରୋଜିନୀ କିଛି ବୁଝିବା ପୂର୍ବରୁ ପକ୍ଷାଘାତ ରୋଗରେ ପୀଡିତ ହୋଇ ସାରିଥିଲେ।
ଘୁଷୁରୀ ଘୁଷୁରୀ ଘର ଯାଏ ଆସିବା ପରେ ସରୋଜିନୀ ସବୁଦିନ ପାଇଁ ଚାଲିବା ଶକ୍ତି ହରାଇ ଦେଇଥିଲେ। ଏବେ ବିଛଣାରେ ପଡି ରହିବାଛଡା ଆଉ କୈାଣସି ଚାରା ନାହିଁ। ଏକ ମାତ୍ର ଦିବ୍ୟାଙ୍ଗ ଝିଅକୁ ଛାଡିଲେ ସରୋଜିନୀଙ୍କର ଆଉ କେହି ସାହା ଭରସା ନଥିବାରୁ ଦିବ୍ୟାଙ୍ଗ ଝିଅ ଶଶିକଳାଙ୍କ ଉପରେ ସରୋଜିନୀଙ୍କ ସମସ୍ତ ଦାୟୀତ୍ଵ । ପକ୍ଷାଘାତ ରୋଗରେ ପୀଡିତ ମା’ର ସେବା କରୁଛି ଦିବ୍ୟାଙ୍କ ଝି ଶଶିକଳା। ଏଣେ ମା ରୋଗରେ ପଡିବା ପରେ ରୋଜଗାରର ବାଟ ବନ୍ଦ ହୋଇଯାଛି। ଗ୍ରାମବାସୀ , ସାହି ପଡିଶାଙ୍କ ସହଯୋଗ ଓ ହାତଟେକା ଉପରେ ନିର୍ଭର କରି ବଂଚିବା ସହ ସଂଘର୍ଷ ଚଳାଇଛନ୍ତ ସରୋଜିନୀ ଓ ଝିଅ ଶଶିକଳା।
ସରକାରଙ୍କ କୋଟି କୋଟି ଟଙ୍କା ଗରିବ ମାନଙ୍କ ପାଇଁ ଖର୍ଚ କରୁଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ପାଇଁ ଆଜି ସରକାରଙ୍କ ସମସ୍ତ ଯୋଜନା ସେମାନଙ୍କ ପାଇଁ ଯେପରି ଅପହଂଚ ପାଲଟି ଯାଇଛି। ସ୍ଥାନୀୟ ସରପଂଚଙ୍କ ଠାରୁ ଆରମ୍ଭ କରି ବିଡିଓ ଯାଏ ବ୍ଲକ ପ୍ରଶାସନ ଠାରୁ ଅରମ୍ଭ କରି ଜିଲ୍ଲା ପ୍ରଶାସନ ଯାଏ ସମସ୍ତେ ଅବଗତ ଥାଇ ମଧ୍ୟ ପକ୍ଷାଘାତ ରୋଗରେ ପିଡିତ ସରୋଜିନୀ ଓ ତାଙ୍କ ଦିବ୍ୟାଙ୍ଗ ଝିଅ ଶଶିକଳାଙ୍କ ପାଇଁ ଉପରକୁ ହାତ ଟେକି ଦେଇଛନ୍ତି।
ଭଙ୍ଗା ବାସଗୃହରେ ପାଲ ତଳେ ବିତୁଥିବା ଉଭୟ ମା ଓ ଝିଅଙ୍କ ଜୀବନ କେତେବେଳେ ବର୍ଷାରେ ଭିଜି ଯନ୍ତ୍ରଣାଦାୟକ ହୋଇଛି ତ କେତେବେଳେ ପେଟ ପାଇଁ ମୁଠାଏ ଦାନା ଯୋଗାଡ କରିନପାରିବାରୁ ଭୋକ ଉପାସରେ ଦିନ କାଟିବାକୁ ପଡୁଛି । ଅନ୍ୟପକ୍ଷରେ ଗ୍ରାମବାସୀ ମାନେ ଏହି ପରିବାରର ଥଇଥାନ ଓ ଆବାସ ଯୋଜନା ରେ ଗୃହ ଯୋଗାଇ ଦେବା କୁ ସରକାରଙ୍କ ନିକଟରେ ଦାବି କରିଛନ୍ତି।
ସରୋଜିନୀଙ୍କ ଦୁଃଖଭରା କାହାଣୀ ଜାଣିବାପରେ ଆମ ପ୍ରତିନିଧି ପହଚିଂଥିଲେ ସରୋଜିନୀଙ୍କ ବାସଭବନରେ ଓ ସରୋଜିନୀଙ୍କ କାହଣୀକୁ ନେଇ ସ୍ଥାନୀୟ ପ୍ରଶାସନ ନିକଟରେ ପହଚାଂଇବା ପରେ ସ୍ଥାନୀୟ ମଣ୍ଡଳ ଉନ୍ନୟନ ଅଧିକାରି ତୁରନ୍ତ ସରୋଜିନୀକୁ ସମସ୍ତ ସରକାରୀ ସହାୟତା ଯୋଗାଇଦେବା ପାଇଁ ପ୍ରତିଶୃତି ଦେବା ସହ ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିଲେ। ସରୋଜିନୀ ଓ ତାଙ୍କ ଦିବ୍ୟାଙ୍ଗ ଝିଅକୁ ଯଦି ସରକାରୀ ଓ ବେସରକାରୀ ସ୍ତରରୁ ସହାୟତାର ମିଳିପାରନ୍ତା ତେବେ ଏହି ପରିବାରର ଦୁଃଖ କିଛିଟା ଦୁର ହୋଇ ପାରାନ୍ତା

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button