ରାଜ୍ୟ

ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ – Ibnodisha

[ad_1]

ସୁନ୍ଦରଗଡ଼: ବିଜୁ ଏକ୍ସପ୍ରେସ ୱେ ପଣ୍ଡ୍ରିଢିପା ଛକରେ ଏକ ଅଜଣା ଗାଡ଼ି ଧକ୍କାରେ ଗୁରୁତର ଅଶୋକ ତନ୍ତୀ (୪୭)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହେବା ପରେ ଶନିବାର ସନ୍ଧ୍ୟାରେ ଉତ୍ତ୍ୟକ୍ତ ଲୋକେ ଶବ ରଖି ରାସ୍ତାରୋକ କରିଛନ୍ତି। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ, ଅନ୍ୟ ଜଣେ ଆହତକୁ ୫୦ ହଜାର ଚିକିତ୍ସା ଖର୍ଚ୍ଚ ପ୍ରଦାନ ଓ ବାଇପାସ ରାସ୍ତାରେ କଡ଼ା ସୁରକ୍ଷା ବ୍ୟବସ୍ଥା, ପଣ୍ଡ୍ରିଢିପା ଛକରୁ ପତ୍ରାପାଲି ଛକ ଯାଏ ରାସ୍ତାର ଉଭୟ ପାର୍ଶ୍ବରେ ବେଆଇନ ଟ୍ରକ ପାର୍କିଂ ହଟାଇବା, ପଣ୍ଡ୍ରିଢିପା ଛକରେ ଓଭରବ୍ରିଜ୍, ଷ୍ଟ୍ରିଟ୍ ଲାଇଟ ସହ ସିସିଟିଭି କ୍ୟାମେରା ବ୍ୟବସ୍ଥା ଦାବି କରିଛନ୍ତି ଲୋକେ। ଟାୟାର ଜାଳି ରାସ୍ତା ଅବରୋଧ ଯୋଗୁଁ ରାଉରକେଲା-ସମ୍ବଲପୁରକୁ ଭାରୀଯାନ ଚଳାଚଳ ବନ୍ଦ ରହିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button