ରାଜ୍ୟ

ରାଜ୍ୟରେ ଜଣେ କରୋନା ପଜିଟିଭ ଚିହ୍ନଟ – Ibnodisha

[ad_1]

ଭୁବନେଶ୍ୱର : ରାଜ୍ୟରେ ଜଣେ କରୋନା ପଜିଟିଭ ଚିହ୍ନଟ । କୋଭିଡର ନୂଆ ଭାରିଆଣ୍ଟ ଜେଏନ -୧ ର ସଂକ୍ରମଣ ବଢ଼ିବା ପରେ କେନ୍ଦ୍ର ସରକାର ସବୁ ରାଜ୍ୟକୁ ରିପୋର୍ଟ ଦେବା ପାଇଁ ଚିଠି କରିବା ପରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଛି । ଓଡ଼ିଶାରୁ ଚିହ୍ନଟ ପରେ ସଂକ୍ରମିତ ରାଜ୍ୟ ସଂଖ୍ୟା ୨୦ରେ ପହଞ୍ଚିଛି । ସେପଟେ ସ୍ୱାସ୍ଥ୍ୟ ବିଭାଗକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର । କୋଭିଡ ଲକ୍ଷଣ ଦେଖାଗଲେ ପରୀକ୍ଷା କରିବା ପାଇଁ ଅପିଲ କରିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ଆବଶ୍ୟକ ପଡିଲେ ପରୀକ୍ଷା ସେଣ୍ଟର ବଢ଼ାଯିବ। ମାସ୍କ ବାଧ୍ୟତା ମୂଳକ ପାଇଁ ଗାଇଡ଼ଲାଇନ ଆସିନାହିଁ। ସର୍ଭିଲାନ୍ସ ବଢେଇବା ସହ ସତର୍କ ରହିବା ପାଇଁ ସେ ଅପିଲ କରିଛନ୍ତି । ଭାରତରେ ଯେତିକି ଲୋକ ପଜେଟିଭ ଆସିଛନ୍ତି ୯୮% ରୁ ଅଧିକ ଲୋକ ଘରେ ରହି ଚିକିତ୍ସିତ ହେଉଛନ୍ତି। କ୍ବଚିତ୍ ସଂକ୍ରମିତ ସିଭୟର ହେଉଛନ୍ତି । ତେଣୁ କୋରୋନା ନୂଆ ଭାରିଆଣ୍ଟକୁ ନେଇ ଆତଙ୍କତି ହୁଅନ୍ତୁ ନାହିଁ ବୋଲି ପରାମର୍ଶ ଦେଇଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button