ରାଜ୍ୟ

କୁହୁଡି ପାଇଁ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ – Ibnodisha

[ad_1]

ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ମେଘୁଆ ପାଗ ରହିବ। ବୁଧବାର ପଶ୍ଚିମା ଝଡ଼ ପାଇଁ ୮ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। କେନ୍ଦୁଝର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ମୟୂରଭଞ୍ଜ, ଦେବଗଡ଼, ବରଗଡ଼ ଓ ବାଲେଶ୍ବରରେ ବର୍ଷା ଆଶଙ୍କା ରହିଥିବା ବେଳେ ଗୁରୁବାର ଓ ଶୁକ୍ରବାର ମଧ୍ୟ କିଛି ଜିଲ୍ଲାରେ ବର୍ଷା ହୋଇପାରେ। ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ମାଲକାନଗିରିରେ ୩୪.୦ ଡିଗ୍ରୀ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ସର୍ବନିମ୍ନ ତାପମାତ୍ରା କୋରାପୁଟର ସିମିଲିଗୁଡ଼ାରେ ୧୧. ୧ ଡିଗ୍ରୀ ରେକର୍ଡ କରାଯାଇଛି । ଅପରପକ୍ଷରେ ରାଜ୍ୟର ଅନେକ ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନ କୁହୁଡ଼ି ଅନୁଭୂତ ହେବା ସହ ଘନକୁହୁଡ଼ି ନେଇ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି। ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର, ଭଦ୍ରକ, ବାଲେଶ୍ବର, ଯାଜପୁର, କେନ୍ଦ୍ରାପଡ଼ା, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼ ଓ କନ୍ଧମାଳକୁ ୱାର୍ଣ୍ଣିଙ୍ଗ ଜାରି ହୋଇଛି। ଘନକୁହୁଡ଼ି ପାଇଁ ଗୁରୁବାର ଦିନ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି ହୋଇଛି। ଘନ କୁହୁଡ଼ି ପାଇଁ ପାଣିପାଗ କେନ୍ଦ୍ରର ସୂଚନା ପରେ ସ୍ୱତନ୍ତ୍ର ରିଲିଫ କମିଶନର ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button