ବିବାହର ୭ଦିନ ପରେ କାହିଁକି ଚାଲିଗଲା ନବବଧୂଙ୍କ ଜୀବନ ? କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ… – Ibnodisha

[ad_1]
ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ହମିରପୁରରୁ ଏକ ଦୁଃଖଦ ଘଟଣା ଘଟିଛି। ବିବାହର ୭ଦିନ ପରେ ନବବଧୂଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଖୁବ ଧୁମଧାମରେ ବିବାହ ହେବାପରେ ନବବଧୂ ଶାଶୁଘରକୁ ଆସିଥିଲେ। ଚତୁର୍ଥୀ ରାତିରେ ସ୍ବାମୀ ଯୌନ ଉଦ୍ଦୀପକ ଔଷଧ ଖାଇ ବଧୂଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ପରଦିନ ସକାଳେ ନବବଧୂଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ପରୀକ୍ଷା କରି ଜାଣିବାକୁ ପାଇଲେ କି ଯେଭଳି ଭାବେ ଦୁଷ୍କର୍ମ କରାଯାଏ ବଧୂଙ୍କ ସହିତ ସେଭଳି ଭାବେ ଶାରୀରିକ ସମ୍ପର୍କ ରଖାଯାଇଥିଲା। ଯେଉଁ କାରଣରୁ ତାଙ୍କର ଗୁପ୍ତାଙ୍ଗ କ୍ଷତାକ୍ତ ହୋଇ ସଂକ୍ରମଣ ହୋଇଯାଇଛି। ଏହି ସଂକ୍ରମଣ ଧୀରେଧୀରେ ବଢ଼ିବା ପରେ ନବବଧୂଙ୍କ ମୃତ୍ୟୁ ହୋଇଗଲା। ଏହି ଘଟଣାକୁ ନେଇ ପୀଡ଼ିତାଙ୍କ ନଣନ୍ଦ କହିଛନ୍ତି, ‘ସ୍ମିତା (ଛଦ୍ମନାମ) ଚତୁର୍ଥୀ ପରଦିନ ମୋତେ ଫୋନ କରି କହିଥିଲେ ତାଙ୍କ ସ୍ବାମୀ ଯୌନ ଉଦ୍ଦୀପକ ଔଷଧ ଖାଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଛନ୍ତି। ଯେଉଁ କାରଣରୁ ସେ ଅସୁସ୍ଥ ହୋଇପଡ଼ିଛନ୍ତି। ଜ୍ବର ସହିତ କ୍ରମାଗତ ବାନ୍ତି ହେଉଛି। ଏହାପରେ ଆମେ ନଣନ୍ଦଙ୍କ ଶାଶୁଘରେ ପହଞ୍ଚି ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲୁ। ଡାକ୍ତର ନଣନ୍ଦଙ୍କୁ ବଞ୍ଚାଇବା ପାଇଁ ଅନେକ ଚେଷ୍ଟା କରିଥିଲେ ହେଁ ଅସଫଳ ରହିଥିଲେ।ଶେଷରେ ବିବାହର ୭ଦିନ ପରେ ମୋ ନଣନ୍ଦ ଆମ ସମସ୍ତଙ୍କୁ ପର କରି ଆରପାରିକୁ ଚାଲି ଯାଇଥିଲେ।’
[ad_2]