ରାଜ୍ୟ

ଧାନ ବିଲରୁ ମୃତ ଦେହ ଉଦ୍ଧାର – Ibnodisha

[ad_1]

ଗଜପତି : ଧାନ ବିଲରୁ ଜଣେ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର। ଗଜପତି ଜିଲ୍ଲା ମୋହନା ଥାନା ‌ଅନ୍ତର୍ଗତ ବିଜୟପୁର ଗାଁରେ ଏହି ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଗଞ୍ଜାମ ଜିଲ୍ଲା ଛତ୍ରପୁର ସାମନ୍ତରାପୁର ଗାଁର ରଞ୍ଜନ ମହାରଣା। ରଞ୍ଜନ ମୋହନାରେ ରହି ବ୍ୟବସାୟ କରୁଥିଲେ। ଗତକାଲି ରଞ୍ଜନଙ୍କ ମୃତଦେହ ଧାନ ବିଲରେ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ରଞ୍ଜନ ଆତ୍ମହତ୍ୟା କରିଛନ୍ତି ନା, ତାଙ୍କୁ ହତ୍ୟା କରାଯାଇଛି ତାହା ଜଣାପଡ଼ି ନାହିଁ। ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button