ରାଜ୍ୟ

୩ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା – Ibnodisha

[ad_1]

ଭୁବନେଶ୍ୱର: ଆଗାମୀ ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବ । ପଶ୍ଚିମା ଝଡ଼ ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟକୁ ପ୍ରବେଶ କରୁଥିବା ପୂର୍ବାଳୀ ତରଙ୍ଗାୟିତ ପବନ ପ୍ରଭାବରେ ରାତିର ତାପମାତ୍ରା ସ୍ୱାଭାବିକଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଛି । ଏହାସହ ବାୟୁମଣ୍ଡଳରେ ଉଚ୍ଚ ଆର୍ଦ୍ରତା ପାଇଁ ଗୁଳୁଗଳି ଅନୁଭୁତ ହେଉଛି । ତେବେ ୩ ଦିନ ପରେ ରାଜ୍ୟରେ ବଦଳିବ ପାଗ । ରାତି ତାପମାତ୍ରା ୩ରୁ ୪ଡିଗ୍ରୀ ପର୍ଯ୍ୟନ୍ତ କମିବା ସହ ଶୀତ ଅନୁଭୁତ ହେବ ।

କାର୍ତ୍ତିକରେ ଖରା ଛାଇ ଖେଳ ଦେଖିବାକୁ ମିଳିଥାଏ । କେତେବେଳେ ହାଲୁକା ଥଣ୍ଡା ତ ପୁଣି କେତେବେଳେ ବର୍ଷା । ପୁଣି କେତେବେଳେ ଗରମ ଗୁଳୁଗୁଳି କରୁଛି ଅସ୍ତବ୍ୟସ୍ତ । ରାଜ୍ୟରେ ବାୟୁ ଚଳାଚଳର ଅସଙ୍ଗତି ପାଇଁ ସୃଷ୍ଟି ହୋଇଛି ଏଭଳି ପରିସ୍ଥିତି । ପଶ୍ଚିମା ଝଡ଼ ପ୍ରଭାବରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହୋଇଛି । ଆସନ୍ତାକାଲି ସକାଳ ଯାଏଁ ସୁନ୍ଦରଗଡ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଭଳି ୨୨ଟି ଜିଲ୍ଲାରେ ବର୍ଷା ହୋଇପାରେ । ସେହିପରି କାଲି ଦକ୍ଷିଣ ଉପକୂଳ ଓଡ଼ିଶାର ୮ ଜିଲ୍ଲାରେ ହାଲୁକା ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୭ ତାରିଖରେ ମଧ୍ୟ ଦକ୍ଷିଣ ସମେତ ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ରହିଛି । ଆଜି ରାଜଧାନୀ ଭୁବନେଶ୍ୱର ସମେତ ସଂଲଗ୍ନ ସହର ଗୁଡିକରେ ବର୍ଷା ହୋଇଛି ।

ସେପଟେ ଏବେ ଓଡ଼ିଶାକୁ ପୂର୍ବ ଦିଗରୁ ତରଙ୍ଗାୟିତ ଶୁଷ୍କ ଗରମ ପବନ ପ୍ରବେଶ କରୁଛି । ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସ୍ୱାଭାବିକ ଠାରୁ ୩ରୁ ୪ଡିଗ୍ରୀ ଉପରେ ରହିଛି ତାପମାତ୍ରା । ଏହାସହ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ଅଧିକ ରହୁଥିବାରୁ ଦିନରେ ଗୁଳୁଗୁଳି ଅନୁଭୁତ ହେଉଛି । ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରି ରହିବ । ୩ଦିନ ପରେ ରାଜ୍ୟକୁ ଉତ୍ତର ଦିଗରୁ ଥଣ୍ଡା ବାୟୁ ପ୍ରବାହ ବଢିବ । ରାତି ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ କମିବ । ଫଳରେ କିଛି ଦିନ ପାଇଁ ରାଜ୍ୟକୁ ଶୀତ ଫେରିବ ବୋଲି ଆକଳନ କରାଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button