ରାଜ୍ୟ

କବି ଆଶୁତୋଷ ପରିଡ଼ା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର – Ibnodisha

[ad_1]

ଭୁବନେଶ୍ୱର: ବିଶିଷ୍ଟ କବି ଆଶୁତୋଷ ପରିଡ଼ା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । ତାଙ୍କ କବିତା ସଙ୍କଳନ ‘ଅପ୍ରସ୍ତୁତ ମୃତ୍ୟୁ’ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ବୁଧବାର ଏହି ଘୋଷଣା କରାଯାଇଛି । କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୨୩ ବର୍ଷ ପାଇଁ ୨୪ଟି ଭାରତୀୟ ଭାଷାରେ ଏହି ପରୁସ୍କାର ଘୋଷଣା କରାଯାଇଛି । ଓଡ଼ିଆ ଭାଷାରେ କବି ଆଶୁତୋଷ ପରିଡ଼ା ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ।

୧୯୪୬ରେ କେନ୍ଦ୍ରାପଡ଼ାରେ ଜନ୍ମ ହୋଇଥିଲେ ଆଶୁତୋଷ ପରିଡ଼ା । ସେ ରାଉରକେଲା ଆରଇସି (ବର୍ତ୍ତମାନର ନିଟ୍‌)ରୁ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଖଡ଼ଗପୁର ଆଇଆଇଟିରେ ସେ ପିଏଚ୍‌ଡି କରିଥିଲେ । ସେ ଭୁବନେଶ୍ୱର ଆଞ୍ଚଳିକ ଗବେଷଣା କେନ୍ଦ୍ର (ବର୍ତ୍ତମାନର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ ଆଣ୍ଡ ମ୍ୟାଟେରିଆଲ୍‌ସ ଟେକ୍ନୋଲୋଜି ବା ଆଇଏମ୍‌ଏମ୍‌ଟି)ରେ ଜଣେ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଥିଲେ । ୧୮୮୮ରେ ଗୋକର୍ଣ୍ଣିକା ସାହିତ୍ୟ ସମାଜ ତରଫରୁ କବିତା ‘ଧର୍ମଶାଳା’ ପାଇଁ ‘ଗୋକର୍ଣ୍ଣିକା’ସମ୍ମାନ, ୧୯୯୦ରେ ‘ଇପ୍ସିତା କ୍ରୋଧ’ ପୁସ୍ତକ ପାଇଁ ‘ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର’, ୨୦୦୩ରେ ଭାନୁଜୀ ରାଓ ପୁରସ୍କାର, ୨୦୧୧ପାଇଁ ଶିଶୋର ସାହିତ୍ୟ ଏକାଡେମୀ ଦ୍ୱାରା ‘ସଚ୍ଚିଦାନନ୍ଦ ରାଉତ କବିତା ସମ୍ମାନ’ ଏବଂ ୨୦୧୭ ପାଇଁ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଗଙ୍ଗାଧର ମେହେର କବିତା ସମ୍ମାନରେ ସାମ୍ମାନିତ ହୋଇଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button