ରାଜ୍ୟ

୧୧ମାସର ଶିଶୁକନ୍ୟାକୁ ବିକିଦେଲା ବାପା – Ibnodisha

[ad_1]

ପୁରୀ: ପୁରୀରେ ଶିଶୁ ବିକ୍ରି ଅଭିଯୋଗ। ୧୧ମାସର ଶିଶୁକନ୍ୟାକୁ ବିକିଦେଲା ବାପା। ଅଭିଯୋଗ ପରେ ବାପା, ମଧ୍ୟସ୍ଥି ଓ ଶିଶୁ କନ୍ୟା କିଣିଥିବା ବ୍ୟକ୍ତି ଗିରଫ। ବିଶାଖାପାଟନାରୁ ଉଦ୍ଧାର ହେଲା ଶିଶୁ କନ୍ୟା। ପୁରୀ ସମୁଦ୍ରକୂଳ ଥାନାର ପେଣ୍ଠକଟାର ଧୋବାଖାଲ ବସ୍ତିରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଧୋବାଖାଲ ବସ୍ତିର ଏମ୍. ନରସିଂହ ନିଜର ୧୧ମାସର ଶିଶୁକନ୍ୟାକୁ ୮୦ ହଜାର ଟଙ୍କାରେ ବିକ୍ରୀ କରିଦେଇଥିବା ନେଇ ତାଙ୍କ ପତ୍ନୀ ସମୁଦ୍ରକୂଳ ଥାନାରେ ଅଭିଯୋଗ କରିଥିଲେ। ଗତ ୧୭ ତାରିଖ ପୂର୍ବାହ୍ନରେ ନରସିଂହ ଝିଅକୁ ନେଇ ପେଣ୍ଠକଟା ବଜାରକୁ ଯାଇ ସନ୍ଧ୍ୟାରେ ଏକାକୀ ଘରକୁ ଫେରିଥିଲେ। ଝିଅ ସଂପର୍କରେ ପଚାରିବାରୁ ତାକୁ ଭୁବନେଶ୍ଵରର ଜଣେ ବ୍ୟକ୍ତିଙ୍କୁ ବିକ୍ରୀ କରିଦେଇଥିବା କହିଥିଲା ନରସିଂହ। ପେଣ୍ଠକଟା ଅଞ୍ଚଳରେ ବହୁ ଖୋଜାଖୋଜି କରି ଶେଷରେ ଗୁରୁବାର ଏତଲା ଦେଇଥିଲେ ପୂଜା। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପରେ ପୋଲିସ ଟିମ୍ ଶିଶୁ କନ୍ୟାକୁ ବିଶାଖାପାଟନାରୁ ଉଦ୍ଧାର କରିଛନ୍ତି।ଏହି ଘଟଣାରେ ଅଭିଯୁକ୍ତ ବାପା ଏମ.ନରସିଂହଙ୍କ ସହ ମଧ୍ୟସ୍ଥି ଓ କ୍ରେତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେପଟେ ଆଉ ସ୍ବାମୀଙ୍କ ପାଖକୁ ଫେରିବେନି ବୋଲି କହିଛନ୍ତି ପୂଜା।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button