ଦେଶ

ତିନି ଶିଶୁଙ୍କୁ ଅପହରଣ ଓ ହତ୍ୟା ମାମଲାରେ ୩ ଦୋଷୀଙ୍କୁ ଫାଶୀ ଶୁଣାଇଲେ କୋର୍ଟ – Ibnodisha

[ad_1]

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବୁଲନ୍ଦଶହରରେ ୨୦୧୯ରେ ହୋଇଥିବା ୩ ଶିଶୁଙ୍କୁ ଅପହରଣ କରି ହତ୍ୟାକାଣ୍ଡ ମାମଲାରେ ଆଜି ୩ ଦୋଷୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ବୁଲନ୍ଦଶହର ସେସନ କୋର୍ଟ ବିଚାରପତି ମନୁ କାଲିଆ ଆଜି ଏହି ମାମଲାର ଶୁଣାଣି କରି ୩ ଦୋଷୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ତିନି ଦୋଷୀ ହେଉଛନ୍ତି ସଲମାନ, ବିଲାଲ ଓ ଇମ୍ରାନ । ଏହି ମାମଲାରେ ପୂର୍ବରୁ ଜଣେ ଅଭିଯୁକ୍ତ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇସାରିଛି । ୨୦୧୯ ମହିସା ମେ’ ୨୫ ତାରିଖରେ ଏହି ଗଣ ଅପହରଣ ଓ ହତ୍ୟାକାଣ୍ଡ ଘଟିଥିଲା । କୋତବାଲୀ ଥାନା କ୍ଷେତ୍ର ଅଧୀନ ଏକ ଗ୍ରାମରୁ ୩ ଶିଶୁଙ୍କୁ ଏହି ଅପରାଧୀମାନେ ଅପହରଣ କରିନେଇଥିଲେ ।

ପରଦିନ ସମସ୍ତଙ୍କ ମୃତଦେହ ଶିକାରପୁର ଅଞ୍ଚଳରୁ ଉଦ୍ଧାର ହୋଇଥିଲା । ଗୁଳି କରି ଏହି ନିଷ୍ପାପ ଶିଶୁଙ୍କୁ ହତ୍ୟା କରାଯାଇଥିବା ଜଣାପଡିଥିଲା । ପୋଲିସ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପ୍ରମାଣ ଅଭାବରୁ ଜଣେ ଅଭିଯୁକ୍ତକୁ କୋର୍ଟ ନିର୍ଦ୍ଦୋଷରେ ପୂର୍ବରୁ ଖଲାସ କରିସାରିଛନ୍ତି । ଖଲାସ ହୋଇସାରିଥିବା ଅଭିଯୁକ୍ତ ହିଁ ପୋଲିସ ଚାର୍ଜସିଟରେ ଅପହରଣର ମୁଖ୍ୟ ଷଡଯନ୍ତ୍ରକାରୀ ଭାବେ ସ୍ଥାନ ପାଇଥିଲା । ତାର ନିର୍ଦ୍ଦେଶ ଅନୁସାରେ ଏହି ୩ ଦୋଷୀ ଏହି ଅପହରଣ ଓ ହତ୍ୟାକୁ ରୂପ ଦେଇଥିଲେ ।

ତେବେ ପ୍ରମାଣ ଅଭାବରୁ ଜଣେ ଅଭିଯୁକ୍ତ ଖଲାସ ହୋଇସାରିଥିବା ବେଳେ ଆଜି ଅନ୍ୟ ୩ ଅଭିଯୁକ୍ତଙ୍କୁ ଶେସନ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି । ଆଜି ଶୁଣାଣିରେ କୋର୍ଟ ଏହି ଅପରାଧକୁ ଅତି ଜଘନ୍ୟ କାଣ୍ଡ ଭାବେ ବିବେଚନା କରିଥିଲେ । ନିଷ୍ପାପ ଶିଶୁଙ୍କୁ ଅପହରଣ କରି ହତ୍ୟା କରିବା ଜଘନ୍ୟ ଅପରାଧ ଓ ଦୃଷ୍ଠାନ୍ତମୂଳକ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ଥିବା କହିଥିଲେ । ଉଭୟ ପକ୍ଷର ଯକ୍ତି ଶୁଣିବା ସହ ପୋଲିସ ଦାଖଲ କରିଥିବା ସମସ୍ତ ତଥ୍ୟ ପ୍ରମାଣ ଓ ସାକ୍ଷକୁ ଭିତ୍ତି କରି ଦୋଷୀମାନଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି । କୋର୍ଟଙ୍କ ରାୟକୁ ନେଇ ଖୁସି ବ୍ୟକ୍ତ କରିବା ସହ ଏହାକୁ ସ୍ୱାଗତ କରିଛନ୍ତି ହତ୍ୟାର ଶିକାର ହୋଇଥିବା ଶିଶୁଙ୍କ ପରିବାର ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button